Categories: ଫୁରସତ

ଏମିତି ସହର, ଯାହାର ସ୍ଥିତି ନାହିଁ ନିଜ ଦେଶରେ

ସାଧାରଣତଃ ପ୍ରତ୍ୟେକ ସହର ନିଜ ଦେଶରେ ହିଁ ରହିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ସହର ରହିଛି, ଯାହାର ସ୍ଥିତି ନିଜ ଦେଶରେ ନ ରହି ଅନ୍ୟ ଦେଶରେ ରହିଛି। ଏପରି ସହରଟି ହେଉଛି କାଲିନିନ୍‌ଗ୍ରାଦ୍‌। ଯାହା ଋଷ୍‌ର। ମାତ୍ର ଋଷଠାରୁ ଦୂରରେ ରହିଛି। ପ୍ରାୟ ୪ ଲକ୍ଷ ଲୋକ ବାସ କରୁଥିବା ଏହି ସହର ପୋଲାଣ୍ଡ ଏବଂ ଲିଥୁଆନିଆ ମଝିରେ ରହିଛି। ଏହା ମଧ୍ୟକୁ ଯିବାକୁ ହେଲେ ଋଷ୍‌ର ଭିଜା ଦରକାର।

କାଲିନିନ୍‌ଗ୍ରାଦ୍‌ ବାଲ୍‌ଟିକ୍‌ ସାଗରରୁ ବାହାରିଥିବା ପ୍ରିଗୋଲିୟା ନଦୀ ମୁହାଣରେ ଅବସ୍ଥିତ। ମଧ୍ୟଯୁଗରେ ଏହି ସହର ତ୍ୱାଙ୍ଗ୍‌ସ୍ତେ ନାମରେ ଜଣାଶୁଣା ଥିଲା। ଲିଥୁଆନିଆ ଏବଂ ପୋଲାଣ୍ଡ୍‌ ମଧ୍ୟରେ ରହୁଥିବା ଲୋକେ ନିଜ ଦେଶକୁ ଯିବାକୁ ହେଲେ ମଧ୍ୟ ଭିଜା କରିବା ଜରୁରୀ। କାରଣ ଏହା ଅନ୍ୟ ଦେଶ ସୀମା ପାର୍‌ କରି ନିଜ ଦେଶକୁ ଯିବାକୁ ପଡ଼ିଥାଏ।

Share