Categories: ଫୁରସତ

ଏପରି ହୋଟେଲ ଖୋଲା ଆକାଶ ଯାହାର ଛାତ, ନାହିଁ କୋଠରୀ; ତଥାପି ରହିବା ଲାଗି ପର୍ଯ୍ୟଟକଙ୍କ ଗହଳି

ହୋଟେଲ ବିଷୟରେ କଥା ହେବା ସମୟରେ ବିଳାସମୟ କୋଠା, ସୁଇମିଂପୁଲ, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ବାତାବରଣ, ସୁସ୍ବାଦୁ ଖାଦ୍ୟ ଭଳି ଅନେକ କଥା ମନକୁ ଆସିଥାଏ। ହେଲେ ଯଦି ବିନା କୋଠରୀ ଅଥବା ଛାତ ଥିବା ହୋଟେଲ ବିଷୟରେ କୁହାଯାଏ ତେବେ ହୁଏତ ଆପଣ ଅବିଶ୍ୱାସ କରିପାରନ୍ତି। ହେଲେ ଏଭଳି ଏକ ହୋଟେଲ ସ୍ବିଜରଲ୍ୟାଣ୍ଡରେ ରହିଛି। ଯାହାର ନାମ ‘ନଲ୍‌ ଷ୍ଟର୍ନ’ ହୋଟେଲ।

ନଲ୍‌ ଷ୍ଟର୍ନ୍‌ ହୋଟେଲର ଖାସ୍‌ କଥା ହେଲା ଏହା ପାହାଡ଼ ପର୍ବତ ମଧ୍ୟରେ ରହିଛି। ଏଠାରେ ରହିବାକୁ ହେଲେ ଖୋଲା ଆକାଶ ତଳେ ରାତି ବିତାଇବାକୁ ପଡେ। ଏପରିକି ସେଠାରେ ଶୌଚାଳୟର ମଧ୍ୟ ବ୍ୟବସ୍ଥା ନ ଥାଏ।

ସ୍ବିଜରଲ୍ୟାଣ୍ଡର ଦୁଇଜଣ ଆର୍ଟିଷ୍ଟ ଫ୍ରେକ୍‌ ଏବଂ ରିକଲିନ ଏହି ହୋଟେଲକୁ ନିର୍ମାଣ କରିଥିଲେ। ଧିରେ ଧିରେ ଏହା ଲୋକଙ୍କୁ ପସନ୍ଦ ଆସିଥିଲା। ପରେ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା। ଯଦି ଆପଣଙ୍କ ମନ ପାହାଡ ପର୍ବତ ଘେରା ମଧ୍ୟରେ ରହିବା ଲାଗି ତେବେ ଆପଣ ଏହି ହୋଟେଲରେ ରହିପାରିବେ। ଏଥିପାଇଁ ଗୋଟିଏ ରାତି ପାଇଁ ୨୫୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ। କୁହାଯାଏ ପୂର୍ବରୁ ମଧ୍ୟ ଉଭୟ କଳାକାର ଏଭଳି ହୋଟେଲ ନିର୍ମାଣ କରିସାରିଛନ୍ତି, ଯାହାକି ପରମାଣୁ ବଙ୍କର ତଳେ ରହିଛି।

Share