Categories: ଜାତୀୟ

ଏମ୍ସରେ ମନମୋହନ ସିଂ

ନୂଆଦିଲ୍ଲୀ,୧୧ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ରାତିରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏମ୍ସ)ରେ ଭର୍ତ୍ତି କରାଯାଇଛି। ରାତି ୮ଟା ୪୫ରେ ବରିଷ୍ଠ କଂଗ୍ରେସ ନେତାଙ୍କୁ ଏମ୍ସର କାର୍ଡିଓ-ଥେରାପି ଓ୍ବାର୍ଡକୁ ନିଆଯାଇଥିଲା। କାର୍ଡିଓଲୋଜି ପ୍ରଫେସର ଡ. ନୀତୀଶ ନାଏକଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି। ଗତ ମାସ ୨୬ରେ ଏକ ଭିଡିଓ କନ୍‌ଫରେନ୍ସରେ ଯୋଗଦେଇ ମନମୋହନ କହିଥିଲେ, କୋଭିଡ୍‌-୧୯କୁ ପ୍ରତିହତ କରିବାକୁ ହେଲେ ଦେଶରେ ପରୀକ୍ଷା ସୁବିଧାକୁ ବ୍ୟାପକ କରିବାକୁ ହେବ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିବା ମନମୋହନ ଏବେ ରାଜସ୍ଥାନରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରୁଛନ୍ତି।

Share