Categories: ଜାତୀୟ

ଏମ୍ସ ଗଲେ ଉନ୍ନାଓ ପୀଡିତାଙ୍କ ଓକିଲ

ଲକ୍ଷ୍ନୌ,୬।୮: ଉତ୍ତର ପ୍ରଦେଶ ରାୟବରେଲିରେ ଗତ ମାସରେ ଦୁର୍ଘଟଣାର ଶିକାର ହୋଇଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ଓକିଲ ମଙ୍ଗଳବାର ଦିଲ୍ଲୀରେ ଥିବା ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)କୁ ସ୍ଥାନାନ୍ତର ହୋଇଛନ୍ତି। ଉଭୟ ପୀଡିତା ଓ ତାଙ୍କ ଓକିଲ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଉତ୍ତର ପ୍ରଦେଶରେ ଥିବା କିଙ୍ଗ ଜର୍ଜ ମେଡିକାଲ ୟୁନିର୍ଭସିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅଧିକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଏମାନଙ୍କୁ ଏମ୍ସ ସ୍ଥାନାନ୍ତର କରିବାକୁ ସୋମବାର ସୁର୍ପିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଗତମାସରେ ଉନ୍ନାଓ ପୀଡିତା, ତାଙ୍କ ଓକିଲ ଓ ତାଙ୍କ ସହ କେତେଜଣ ସମ୍ପର୍କୀୟ ଏକ କାର୍‌ରେ ଯାଉଥିବା ସମୟରେ ଉକ୍ତ କାର୍‌ଟି ଏକ ଟ୍ରକ୍‌ ସହ ଧକ୍କା ହେବା ଫଳରେ ପୀଡିତାଙ୍କ ୨ ଜଣ ସମ୍ପର୍କୀଙ୍କ ମୃତ୍ୟୁ ହୋଇଥିଲା ଓ ପୀଡିତାଙ୍କ ସହ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ।

Share