Categories: ଜାତୀୟ

ଏମ୍‌ଆର୍‌ଆଇ ମେଶିନରେ ରୋଗୀଙ୍କୁ ରଖି ଭୁଲିଗଲେ ଟେକ୍ନିସିଆନ୍‌

ପଞ୍ଚକୁଲା,୨୩।୯: ହରିୟାଣାର ପଞ୍ଚକୁଲାରେ ଜଣେ ବରିଷ୍ଠ ନାଗରିକଙ୍କୁ ଏମ୍‌ଆର୍‌ଆଇ ମେଶିନରେ ରଖି ଟେକ୍ନିସିଆନ ଭୁଲିଯିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଘଟିଛି ସେକ୍ଟର ୬ରେ ଥିବା ଏକ ଘରୋଇ ହସ୍ପିଟାଲରେ। ସେଠାରେ ୬୧ ବର୍ଷୀୟ ରାମମେହେର ଏମ୍‌ଆର୍‌ଆଇ ପାଇଁ ଯାଇଥିବା ବେଳେ ଟେକ୍ନିସିଆନ୍‌ ତାଙ୍କୁ ମେଶିନରେ ଶୁଆଇ ଦେଇଥିଲେ। ଏହାପରେ କୌଣସି କାରଣ ବଶତଃ ରୋଗୀ ମେଶିନରେ ରହିବା ଭୁଲି ଯାଇଥିଲେ ଟେକ୍ନିସିଆନ୍‌। ତେବେ ମେଶିନ୍‌ ମଧ୍ୟରେ ରହି ରାମମେହେର ଅଣନିଃଶ୍ୱାସି ହୋଇଯିବା ପରେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ। ହେଲେ ବେଲ୍ଟ ବନ୍ଧା ଯାଇଥିବାରୁ ସେ ସେଠାରୁ ବାହାରିବା କଷ୍ଟ ହୋଇଥିଲା। ଶେଷରେ ସେ ବେଲ୍ଟକୁ ଛିଡାଇ ଦେଇ ବାହାରକୁ ବାହାରି ଆସିଥିବା ଜଣାପଡିଛି। ଏହାକୁ ନେଇ ରାମମେହେର ପୋଲିସରେ ଅଭିଯୋଗ କରିବା ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।

Share