Categories: ବାଣିଜ୍ୟ

ଏମ୍‌ଏସ୍‌ଏମ୍‌ଇ, ଅଣସଙ୍ଗଠିତ କ୍ଷେତ୍ରକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ,୨୫।୪: କେନ୍ଦ୍ର ସରକାର କିଛି ବଛାବଛା କ୍ଷେତ୍ରକୁ ପ୍ୟାକେଜ ପ୍ରଦାନ କରିବା ଲାଗି ଯୋଜନା କରିଛନ୍ତି। ଏହି ପ୍ୟାକେଜ ଶୀଘ୍ର ଘୋଷଣା ହେବା ସମ୍ଭାବନା ରହିଛି। ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବଂ ଅଣ ସଙ୍ଗଠିତ କ୍ଷେତ୍ରକୁ ସରକାର ପ୍ରାଥମିକତା ହେବେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ଏହା ମଧ୍ୟରେ ଦୋକାନୀ, କ୍ଷୁଦ୍ର ବାଣିଜ୍ୟ ବାଦ୍‌ ତୈଳ କମ୍ପାନୀ ରହିଛି। ଯୋଜନା ଚୂଡାନ୍ତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ଆଲୋଚନା ଜାରି ରଖିଛନ୍ତି। ସରକାର ଗଠନ କରିଥିବା ୧୧ ଏମ୍ପାଓ୍ବାର୍ଡ କମିଟିର ପ୍ରସ୍ତାବକ୍ରମେ ବିଭିନ୍ନ ଯୋଜନା ହାତକୁ ନିଆଯାଉଥିବା ଜଣାପଡିଛି। ବର୍ତ୍ତମାନ ସରକାରଙ୍କ ବିତ୍ତୀୟ ସାଧନ ପ୍ରଭାବିତ ସ୍ଥିତିରେ ରହିଥିବାରୁ ପ୍ୟାକେଜ ଏତେ ବଡ ହେବ ନାହିଁ ବୋଲି ଅଧିକାରୀ କହିଛନ୍ତି। ପ୍ୟାକେଜ ପ୍ରାୟ ଚୂଡ଼ାନ୍ତ ସ୍ଥିତିରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରଖିଛି। ବଡ ଫାର୍ମଗୁଡିକ ଲାଗି ସେଭଳି କିଛି ପ୍ୟାକେଜ ଆସିବ ନାହିଁ ଅଧିକାରୀ ମତବ୍ୟକ୍ତ କହିଛନ୍ତି।

Share