Categories: ଜାତୀୟ

ଏମ୍‌ଏସ୍‌ଏମ୍‌ଇ ସଙ୍କଟ ଦୂର ଲାଗି ୫ ପରାମର୍ଶ

ନୂଆଦିଲ୍ଲୀ,୨୬।୪: କରୋନା ଯୋଗୁ ଦେଶରେ ଆର୍ଥତ୍କ ସ୍ଥିତି ଭୁଶୁଡ଼ିବାରେ ଲାଗିଛି। ଆର୍ଥତ୍କ ସ୍ଥିତିରେ ସୁଧାର ଆଣିବା ଓ ଏମ୍‌ଏସ୍‌ଏମ୍‌ଇ ସଙ୍କଟ ଦୂର କରିବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠିଲେଖି ୫ଟି ପରାମର୍ଶ ଦେଇଛନ୍ତି। ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଲାଗି ଆର୍ଥତ୍କ ପ୍ୟାକେଜ୍‌ର ବିଶେଷ ଆବଶ୍ୟକତା ଥିବା ସେ ଦର୍ଶାଇଛନ୍ତି। ଏହି ସେକ୍ଟରକୁ ଅଣଦେଖା କରାଗଲେ ସମସ୍ୟା ଭୟଙ୍କର ସ୍ଥିତି ଧାରଣ କରିବ ଓ ଏହାର ସିଧା ପ୍ରଭାବ ଜାତୀୟ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବ।
କେନ୍ଦ୍ର ସରକାର ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ଲାଗି ସୋନିଆ ପରାମର୍ଶ ଦେଇଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା କେବଳ ଲୋକଙ୍କ ଚାକିରି ବଞ୍ଚିବ ତା’ ନୁହେଁ ବରଂ ଏହି ସେକ୍ଟର୍‌ର ମନୋବଳ ସୁଦୃଢ଼ ହୋଇପାରିବ। ଦ୍ୱିତୀୟରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଲାଗି ୧ ଲକ୍ଷ କୋଟି ଟଙ୍କାର କ୍ରେଡିଟ୍‌ ଗ୍ୟାରେଣ୍ଟି ଫଣ୍ଡ୍‌ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହା ଦ୍ୱାରା ଏହି ଲିକ୍ୱିଡିଟି ସହ ସେକ୍ଟର ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ଉପଲବ୍ଧ ହୋଇପାରିବ। ତୃତୀୟରେ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ଜାରି କରାଯିବା ଉଚିତ। ଏଥିସହ ଆର୍‌ବିଆଇ ଓ ଅନ୍ୟ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ଛୋଟ ବ୍ୟବସାୟୀମାନଙ୍କୁ କିପରି ସହଜରେ ଋଣ ମିଳିପାରିବ ସେନେଇ ସୁନିଶ୍ଚିତ କରିବା ଜରୁରୀ। ଚତୁର୍ଥରେ ଏମ୍‌ଏସ୍‌ଏମ୍‌ଇ ନେଇଥିବା ଋଣ ପରିଶୋଧ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ଜରୁରୀ। ଏହି ସେକ୍ଟର ସହ ଯୋଡ଼ି ହୋଇଥିବା ସମସ୍ତ କର ଛାଡ୍‌ କରିବା କିମ୍ବା କିଛିମାତ୍ରାରେ କୋହଳ କରିବା ନିତାନ୍ତ ଆବଶ୍ୟକ ବୋଲି ସୋନିଆ କହିଛନ୍ତି। ପଞ୍ଚମରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଋଣ ମିଳିବାରେ ରହିଥିବା ସମସ୍ୟାର ସମାଧାନ ବାଟ ବାହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

Share