Categories: ଖେଳ

ଏମ୍‌ଏସ୍‌ଜିଙ୍କ ଗୋଲରେ ଜିତିଲା ବାର୍ସିଲୋନା

ମାଡ୍ରିଡ୍‌,୨୦।୧୦(ଏଏଫ୍‌ପି)- ଏମ୍‌ଏସ୍‌ଜି ଭାବେ ଜଣାଶୁଣା ବାର୍ସିଲୋନାର ଫରଓ୍ବାର୍ଡ ଲାଇନ ଲିଓନେଲ ମେସି, ଲୁଇସ ସୁଆରେଜ ଓ ଆଣ୍ଟିନୋ ଗ୍ରିଜମ୍ୟାନ ଏଠାରେ ଇବର ବିପକ୍ଷରେ ଶନିବାର ଖେଳାଯାଇଥିବା ଲା ଲିଗା ମ୍ୟାଚ୍‌ରେ ଗୋଲ କରିବାକୁ ସକ୍ଷମ ହୋଇଛନ୍ତି। ପ୍ରତ୍ୟେକ ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି। ଚଳିତ ସିଜନରେ ଦଳରେ ନିୟମିତ ସ୍ଥାନ ପାଉ ନ ଥିବା ଫ୍ରାନ୍ସର ଗ୍ରିଜମ୍ୟାନ (୧୩ତମ ମିନିଟ୍‌) ଖାତା ଖୋଲିଥିଲେ। ଆଟଲେଟିକୋ ମାଡ୍ରିଡ୍‌ ଛାଡ଼ି ଆସିବା ପରେ ଏହା ବାର୍ସିଲୋନା ପାଇଁ ଗ୍ରିଜମ୍ୟାନଙ୍କ ୪ର୍ଥ ଗୋଲ। ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ମେସି (୫୮ତମ) ଓ ସୁଆରେଜ (୬୬ତମ) ଗୋଲ ଦେଇଥିଲେ।

Share