ଏମ୍‌ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌ରେ ଅକ୍ଷୟ

ମୁମ୍ବାଇ:୨୦୧୯ ଡିସେମ୍ବରରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ସୁପରହିଟ ହେବା ପରେ ଖିଲାଡି ବୟ ଅକ୍ଷୟ କୁମାର ନିଜର ଆଗାମୀ ପ୍ରୋଜେକ୍ଟ ‘ସୂର୍ଯ୍ୟବଂଶୀ’ ପାଇଁ ଏବେ ବ୍ୟସ୍ତ ଅଛନ୍ତି। ୨୦୨୧ପର୍ଯ୍ୟନ୍ତ ଅକ୍ଷୟଙ୍କ ପାଖରେ ବହୁ ପ୍ରୋଜେକ୍ଟ ରହିଥିବା ଜଣାପଡ଼ିଛି। ଇତିମଧ୍ୟରେ ଆଉ ଏକ ଫିଲ୍ମର ନାମ ସାମ୍ନାକୁ ଆସିଛି। ଅଲ୍‌ ଇଣ୍ଡିଆ ଆଣ୍ଟି ଟେରୋରିଷ୍ଟ ଫ୍ରଣ୍ଟ (ଏଆଇଏଟିଏଫ୍‌)ର ଅଧ୍ୟକ୍ଷ ମନିନ୍ଦର ସିଂହ ବିଟ୍ଟାଙ୍କ ଜୀବନି ଉପରେ ତିଆରି ହେବାକୁ ଯାଉଥିବା ବାୟୋପିକ୍‌ରେ ଅକ୍ଷୟ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ଏନେଇ ଘୋଷଣା କରିଛି। ଏହି ଫିଲ୍ମ ପାଇଁ ପ୍ରଯୋଜକ ପ୍ରଥମେ ଅକ୍ଷୟଙ୍କୁ ଆପ୍ରୋଚ୍‌ କରିଥିବା ବେଳେ ତାଙ୍କୁ ମଧ୍ୟ ଏହି ସ୍କ୍ରିପ୍ଟ ବେଶ୍‌ ପସନ୍ଦ ଆସିଛି। ଫିଲ୍ମ ପାଇଁ ଏପର୍ଯ୍ୟନ୍ତ ଅକ୍ଷୟ ହଁ କହି ନ ଥିବା ବେଳେ ଏଥିପାଇଁ ପ୍ରକ୍ରିୟା ଜାରି ରହିଛି। ଖୁବ୍‌ଶୀଘ୍ର ଅକ୍ଷୟ ଓ ବିଟ୍ଟାଙ୍କ ମଧ୍ୟରେ ସାକ୍ଷାତକାର ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି।

Share