ଏମ୍‌କେସିଜିରେ ଭର୍ତ୍ତି ହେଲେ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୨୭ା୩-ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଶୁକ୍ରବାର ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ତାଙ୍କୁ କରୋନା ୱାର୍ଡର ସ୍ବତନ୍ତ୍ର କକ୍ଷରେ ରଖାଯାଇଛି। ଶନିବାର ସନ୍ଦିଗ୍ଧଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଭୁବନେଶ୍ୱର ଆରଏମ୍‌ଆର୍‌ସିକୁ ପଠାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡ଼ା. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ସନ୍ଦିଗ୍ଧ ଜଣକ ମାଳଦ୍ୱୀପର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ୧୫ ତାରିଖରେ ସେ କବିସୂର୍ଯ୍ୟନଗରରେ ଥିବା ଘରକୁ ଫେରିଥିଲେ। ଗତ କିଛିଦିନ ତଳେ ତାଙ୍କୁ ଥଣ୍ଡା କାଶ ସହ ଭୀଷଣ ଜ୍ୱର ହୋଇଥିଲା। ତେଣୁ ସେ ଶୁକ୍ରବାର ଏମ୍‌କେସିଜିରେ ଭର୍ତ୍ତି ହୋଇଛନ୍ତି। ସେହିପରି ପୂର୍ବରୁ ଏମ୍‌କେସିଜିରେ ଭର୍ତ୍ତି ହୋଇଥିବା କରୋନା ସନ୍ଦିଗ୍ଧଙ୍କ ସ୍ବାବ୍‌ ଟେଷ୍ଟ ନେଗେଟିଭ୍‌ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଘରକୁ ଛାଡ଼ି ଦିଆଯାଇଛି ବୋଲି ଡାକ୍ତର ମିଶ୍ର କହିଛନ୍ତି।

Share