ବ୍ରହ୍ମପୁର ଅଫିସ,୪।୫: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲର ସଂଘରୋଧ କକ୍ଷରେ ସୋମବାର ୩ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ଏମ୍କେସିଜି ମେଡିକାଲର ମାଇକ୍ରୋବାୟୋଲୋଜି ପରୀକ୍ଷା କେନ୍ଦ୍ର ଓ ଭୁବନେଶ୍ୱର ଆର୍ଏମ୍ଆରସିକୁ ପଠାଯାଇଥିବା ମେଡିକାଲ ଅଧିକ୍ଷକ ପ୍ରଫେସର ଡ. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।