ଏମ୍‌କେସିଜି କରୋନା ୱାର୍ଡରେ ଅଛନ୍ତି ୭ ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ , ୩୧।୩: କରୋନା (କୋଭିଡ-୧୯)ଭାଇରସ ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନେକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସାରା ଦେଶରେ ଏବେ ଲକ୍‌ଡାଉନ (ତାଲା ବନ୍ଦ) ଘୋଷଣା କରାଯାଇଛି। ବିଭିନ୍ନ ରାଜ୍ୟ ତଥା ବିଦେଶରେ ରହି କାମ କରୁଥିବା ହଜାର ହଜାର ଲୋକ ଏବେ ଓଡ଼ିଶା ଫେରିଛନ୍ତି। ଏବେ ସୁଦ୍ଧା ଓଡ଼ିଶାରେ ୩ କରୋନା ପଜିଟିଭ୍‌ ରହିଛନ୍ତି। ସେହିପରି ଏମ୍‌କେସିଜି ମେଡିକାଲରେ ଗତ ୧୩ ତାରିଖରୁ ୩୧ ତାରିଖ ସୁଦ୍ଧା ୨୯ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ମେଡିକଲରୁ ଡିସ୍‌ଚାର୍ଜ କରାଯାଇଛି। ଅନ୍ୟ ୭ ଜଣ ସନ୍ଦିଗ୍ଧ ଥିବା ବେଳେ ସେମାନଙ୍କ ସ୍ବାବ ଟେଷ୍ଟ ପାଇଁ ମଙ୍ଗଳବାର ଭୁବନେଶ୍ୱର ଆର୍‌ଏମ୍‌ଆରସିକୁ ପଠାଯିବ ବୋଲି ମେଡିକାଲ ଅଧୀକ୍ଷକ ପ୍ରଫେସର ଡ. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି ।