ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରି ପ୍ରାପ୍ୟ ମିଳିନି

ଲୋଇସିଂହା, ୧୬।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର କେତେକ ଜବକାର୍ଡଧାରୀ ଶ୍ରମିକ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରି ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଉକ୍ତ ଶ୍ରମିକ ପରିବାର ପ୍ରାପ୍ୟ ନ ପାଇ ପରିବାର ଚଳଣିରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସୋମବାର ସେମାନେ ପ୍ର୍ରାପ୍ୟ ଦାବିରେ ଲୋଇସିଂହା ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ।ଏବିଡିଓ ବିଜୟ କୁମାର ହୋତାଙ୍କୁ ଭେଟି ସମସ୍ୟା ଜଣାଇଥିଲେ । ହେଲେ ଅନୁଦାନ ଆସି ନ ଥିବାରୁ ପ୍ରପ୍ୟ ପୈଠରେ ଅସୁବିଧା ହୋଇଥିବା ଏବିଡିଓ କହିଥିଲେ । ଶ୍ରମିକଙ୍କ ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ସେ ପ୍ରତିଶ୍ରୁତି ଦେଇଥିଲେ ।
ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଏମ୍‌ଜିଏନଆରଇଜିଏସ୍‌ ଯୋଜାନରେ ୫ ଲକ୍ଷ୍ୟ ବ୍ୟୟ ଅଟକଳରେ ବେହେରାତଲଠାରୁ ଆରଡି ରୋଡ ସଲତରପାଲିକୁ ସଂଯୋଗୀକରଣ ପାଇଁ ନୂତନ ମାଟି ରାସ୍ତା ହାତକୁ ନିଆଯାଇଛି । ପଞ୍ଚାୟତ ପକ୍ଷରୁ ମଷ୍ଟରରୋଲ ବାହାରିବା ପରେ ରଷିକ ଦୀପ, ଅମର ଦୀପ, ଝରିଆ ଦୀପ, ଶିବ ଦୀପ, ଜୟଦେବ ଦୀପ, ରଷିକ ଦୀପ, ବିଭୀଷଣ ଦୀପ ଓ ହରିହର ଭାଇନା ଏପରି ୯ ଟି ପରିବାରର ୧୮ ଜଣ ଶ୍ରମିକ ଗତ ୪ନଭେମ୍ବରରୁ କାମ ଆରମ୍ଭ କରିଥିଲେ । ଦେଢମାସ ହେଲା ଉକ୍ତ ପ୍ରକଳ୍ପରେ ଶ୍ରମିକଭାବେ ନିୟୋଜିତ ହୋଇ କାମ କରୁଛନ୍ତି। ଆରମ୍ଭରୁ ଟଙ୍କା ପାଇ ନ ଥିବାରୁ ଶ୍ରମିକ ପରିବାର ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସରକାରୀଭାବେ କାମର ୧୫ଦିନ ମଧ୍ୟରେ ପ୍ରାପ୍ୟ ପୈଠ କରିବାର ବିଧି ରହଛି ା ହେଲେ ଦେଢମାସ ବିତି ଯାଇଥିବାରୁ ସରକାରୀ ନିୟମ ମୁତାବକ ୫ ପ୍ରତିଶତ ସୁଧରେ ପ୍ରାପ୍ୟ ଦେବାକୁ ଏବିଡିଓଙ୍କ ନିକଟରେ ଶ୍ରମିକମାନେ ଦାବି କରିଥିଲେ ।

Share