ଏମ୍‌ଜିଏନ୍‌ଆରଇଜିଏସ୍‌ର ସାମାଜିକ ସମୀକ୍ଷା

ପଲମ,୩୧।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ପଲମ ପଞ୍ଚାୟତସ୍ଥିତ ପଲମ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ବୁଧବାର ସ୍ଥାନୀୟ ସରପଞ୍ଚ ସାବେତ୍ରୀ ମାଝିଙ୍କ ସଭାପତିତ୍ୱରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ର ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପିଇଓ ଟିକେରାମ ଛତ୍ରିଆ ଯୋଗଦାନଦେଇ ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦି ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ପଞ୍ଚାୟତର ଉନ୍ନତି ସାଧନ ପାଇଁ ଜିଆରଏସ ଯଶପାଲ ନାଗ ମଧ୍ୟ ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ସ୍ବଚ୍ଛତା ଭାବେ କରାଯିବା ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ, ନାଏବ ସରପଞ୍ଚ, ୱାର୍ଡମେମ୍ବର ତଥା ବିଶିଷ୍ଟ ବ୍ୟକ୍ତିମାନେ ବହୁ ସଂଖ୍ୟାରେ ଯୋଗଦାନ ଦେଇଥିଲେ।

 

Share