ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଇଁ ଅତିରିକ୍ତ ବ୍ୟୟ ବରାଦ

ନୂଆଦିଲ୍ଲୀ,୧୮।୫: ମହାତ୍ମା ଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଠି ସ୍କିମ(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଅତିରିକ୍ତ ୪୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏହାଦ୍ୱାରା ୩୦୦ କୋଟି ମାନବ କାର୍ଯ୍ୟଦିବସ ସୃଷ୍ଟି କରାଯାଇପାରିବ। ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଣ ଲାଗି ସରକାର ଏଭଳି ବ୍ୟବସ୍ଥା ହାତକୁ ନେଇଛନ୍ତି। ଏହି ଯୋଜନା ଦ୍ୱାରା ବିଭିନ୍ନ ଦୀର୍ଘସ୍ଥାୟୀ ପ୍ରକଳ୍ପଗୁଡିକର କାର୍ଯ୍ୟକୁ ହାତକୁ ନିଆଯିବ। ଏହାଦ୍ୱାରା ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଦିଗରେ ସହାୟକ ହେବ ବୋଲି ସରକାର ଆଶାବାଦୀ ରହିଛନ୍ତି।

Share