ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଆରମ୍ଭ ହେଲା କାମ

ଦାରିଙ୍ଗବାଡ଼ି,୧୮।୪(ଡି.ଏନ.ଏ)- କରୋନା ଯୋଗୁ ଶ୍ରମିକମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ରୋଜଗାରକ୍ଷମ ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ଆରମ୍ଭ ହୋଇଛି। ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ସହ ଜିଲାପ୍ରଶାସନର ସହଭାଗିତାରେ ଅନ୍ତରଙ୍ଗ ଯୁବ ସଂଘ ପକ୍ଷରୁ ଲୋକଙ୍କୁ ଏହି ଯୋଜନାରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯିବା ସହ ସଂଘର ସଦସ୍ୟ ସଚେତନ ବାର୍ତ୍ତା ଘରେ ଘରେ ପହଞ୍ଚାଇଛନ୍ତି। ବ୍ଲକର ଗ୍ରୀନବାଡ଼ି ପଞ୍ଚାୟତରେ ସରପଞ୍ଚ ସଞ୍ଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅନ୍ତରଙ୍ଗ ଯୁବ ସଂଘର ବ୍ଲକ ସଂଯୋଜକ ଧନେଶ୍ୱର ସାହୁଙ୍କ ସହଯୋଗରେ ତଗାପାଙ୍ଗା ଗ୍ରାମ ସମେତ କୁତୁବାଡ଼ି, ଜିଡ଼ିଙ୍ଗମାଲା, ସାଙ୍ଗୁଡ଼ୁମାହା, ସାରେଜୁ ଆଦି ଅଞ୍ଚଳରେ ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ମହିଳା ଏବଂ ପୁରୁଷ ଶ୍ରମିକଙ୍କୁ ନେଇ କାମ ଆରମ୍ଭ ହୋଇଛି। ସେଠାରେ ସରକାରୀ ନିର୍ଦ୍ଦେଶ ମୁତାବକ ସାମାଜି ଦୂରତା ରକ୍ଷା କରାଯାଉଛି। ଏହି କାମର ତୁରନ୍ତ ପାରିଶ୍ରମିକ ପ୍ରଦାନ କରାଯିବ ବୋଲି ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ମୁଜିବର ରେହମାନ ମଲ୍ଲିକ କହିଛନ୍ତି। ସେ କହିଛନ୍ତି ଯେ ଏକମାତ୍ର ରୋଜଗାର ପାଇଁ ଏହି ଯୋଜନାରେ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। କୂଅ ଖନନ ସମେତ ରାସ୍ତା , କୋଠା ନିର୍ମାଣ ଆଦି କାର୍ଯ୍ୟ ତ୍ୱରାନ୍ନିତ କରି ଲୋକଙ୍କୁ ରୋଜଗାର ଦିଆଯାଉଛି। ସେ ନିଜେ ବୁଲି ସମସ୍ତ କାର୍ଯ୍ୟର ତଦାରଖା କରୁଥିବା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ମଲ୍ଲିକ କହିଛନ୍ତି।

Share