ଏମ୍‌ପି ଅନୁଭବ-ମନୋଜିତ କଳି: ଏସ୍‌ଡିଜେଏମ୍‌ କୋର୍ଟରେ ବୟାନ ରେକର୍ଡ

କଟକ ଅଫିସ,୨୮ା୧୧: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଛାତ୍ର ବିଜେଡି ନେତା ମନୋଜିତ ଦାସ ଏସ୍‌ଡିଜେଏମ୍‌ କୋର୍ଟରେ ଏକ କମ୍ପ୍ଲେନ କେସ୍‌ ଦାଏର କରିଥିଲେ। ଉକ୍ତ ମାମଲାରେ ବୁଧବାର ମନୋଜିତ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ଉପସ୍ଥିତ ହୋଇ ତାଙ୍କ ବୟାନ ରଖିଛନ୍ତି। ସିଆରପିସିର ଧାରା ୨୦୦ ଅନୁଯାୟୀ ମନୋଜିତଙ୍କ ବୟାନକୁ ରେକର୍ଡ କରାଯାଇଛି। ଗତ ସେପ୍ଟେମ୍ବର ୩୦ ବିଳମ୍ବିତ ରାତିରେ ପାର୍କିଂ ଘଟଣାକୁ କେନ୍ଦ୍ରକରି ମନୋଜିତ ଓ ଅନୁଭବଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏହାକୁ ନେଇ ମନୋଜିତ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଥିଲେ। ମାତ୍ର ଥାନାରୁ ନ୍ୟାୟ ନ ମିଳିବାରୁ ମନୋଜିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share