ଏମ୍‌ପି ପଦ ପାଇବା ପରେ ଏବେ କମେଣ୍ଟ୍ରି କରିବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୬: କ୍ରିକେଟ ପଡ଼ିଆରୁ ରାଜନୀତିରେ ପାଦ ଦେଇଥିବା କ୍ରିକେଟର ଗୌତମ ଗମ୍ଭୀର ଏବେ କମେଣ୍ଟ୍ରି କରିବେ। ଜୁନ୍‌ ୯ ରବିବାର ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ସେ ଷ୍ଟାର ସ୍ପୋଟର୍ସ ଇଣ୍ଡିଆ ପକ୍ଷରୁ କମେଣ୍ଟ୍ରି କରିବେ। ଏହି ମ୍ୟାଚ୍‌ ଲଂଣ୍ଡନର ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ତେବେ ଏହାଦ୍ୱାରା ପୂର୍ବ ଦିଲ୍ଲୀର ବିକାଶ କାର୍ଯ୍ୟକ୍ରମରେ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ଗୌତମ ସୂଚନା ଦେଇଛନ୍ତି। କେବଳ କିଛି ଦିନ ପାଇଁ ସେ ଦିଲ୍ଲୀଠାରୁ ଦୂରରେ ରହିବାର କାର୍ଯ୍ୟକ୍ରମ ଥିବା ସେ କହିଛନ୍ତି।

Share