ଏମ୍‌ପି ହେବା ପରେ ନୁସରତଙ୍କ ପୂଜା ଲୁକ୍‌

ସମଗ୍ର ଦେଶରେ ଏବେ ଦୁର୍ଗାପୂଜାର ମାହୋଲ। ଖାସ୍‌କରି ପ୍ରିୟ ଅଭିନେତ୍ରୀଙ୍କ ପୂଜା ଲୁକ୍‌ ଦେଖିବା ପାଇଁ ପ୍ରଶଂସକମାନେ ବି ଚାହିଁବସିଛନ୍ତି। ଏଥିପାଇଁ ନିଜକୁ ପ୍ରସ୍ତୁତ କରିସାରିଲେଣି ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ। ପ୍ରଶଂସକମାନଙ୍କୁ ଜଣାଇବା ପାଇଁ ସୋସିଆଲ ମିଡିଆରେ ସେ ଗୋଟିଏ ପରେ ଗୋଟିଏ ଫଟୋ ପୋଷ୍ଟ କରି ଚାଲିଛନ୍ତି। ଫଟୋଗୁଡ଼ିକରେ ନୁସରତ୍‌ ଏକ ପିଙ୍କ୍‌(ଗୋଲାପି) ଏବଂ ଅରେଞ୍ଜ(ନାରଙ୍ଗୀ) ରଙ୍ଗର ଡ୍ରେସ୍‌ ପିନ୍ଧି ଖୁବ୍‌ ଆକର୍ଷଣୀୟା ଦେଖାଯାଉଛନ୍ତି। ଏହି ଫଟୋଟି ୪ର୍ଥୀ ତିଥିରେ ପୋଷ୍ଟ କରି କ୍ୟାପଶନ ଲେଖିଛନ୍ତି, ‘ଆଜି ଧଳା ରଙ୍ଗ’ ମା’ଙ୍କ ଚତୁର୍ଥୀ ପୂଜା। ଫଟୋଟିକୁ ନୁସ୍‌ରତ ତାଙ୍କ ସ୍ବାମୀଙ୍କୁ ଶେୟାର ବି କରିଛନ୍ତି। ସେହିଭଳି ପଞ୍ଚମୀ ଅବସରରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ପୂଜା ଅଭିନନ୍ଦନ, ଆଜି ଶୁଭ ପଞ୍ଚମୀ ତିଥି। ସେହିପରି କରିସ୍ମା କପୁର ପୂଜା ଛୁଟି କଟାଇବାକୁ କଲିକତାରେ ପହଞ୍ଚିଛନ୍ତି। କରିସ୍ମା ଏକ ଧଳାରଙ୍ଗର ଅନାରକଲି ଡ୍ରେସ୍‌ ପିନ୍ଧିଥିବାବେଳେ ପର୍ପଲ କଲରର ଓଢ଼ଣୀ ପକାଇଛନ୍ତି। ଏହା ସହିତ ମ୍ୟାଚିଂ ଜୁଏଲାରୀ ପିନ୍ଧି କରିସ୍ମା ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

Share