Categories: ଫୁରସତ

ଏମ୍‌ବିଏ ଛାତ୍ରୀଙ୍କ ଟ୍ରାଫିକ୍‌ ମ୍ୟାନେଜ୍‌ମେଣ୍ଟ

ଇନ୍ଦୋର: ମଧ୍ୟ ପ୍ରଦେଶରେ ଜଣେ ଏମ୍‌ବିଏ ଛାତ୍ରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଛାତ୍ରୀ ଜଣକ ଟ୍ରାଫିକ୍‌ ପୋଷ୍ଟରେ ଲୋକଙ୍କୁ ଭିନ୍ନ ଢଙ୍ଗରେ ଟ୍ରାଫିକ୍‌ ନିୟମ ବୁଝାଉଥିବା ଦେଖିବାକୁ ମିଳିଛି। ଶୁଭି ଜୈନ ନାମକ ଏହି ଛାତ୍ରୀ ଜଣକ ସିମ୍ବିଓସିସ୍‌ ଇନଷ୍ଟିଚ୍ୟୁଟ, ପୁଣେର ଛାତ୍ରୀ। ସେ ଏବେ ଇନ୍ଦୋର ରାସ୍ତା ଉପରେ ନାଚି ନାଚି ଲୋକଙ୍କୁ ଟ୍ରାଫିକ୍‌ ନିୟମ ସମ୍ପର୍କରେ ବୁଝାଉଥିବା ଦେଖାଯାଇଛି। ଆଉ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି, ଗତ କିଛିଦିନ ହେବ ସେ ଏପରି କରୁଛନ୍ତି। ଯେତେବେଳେ ଲୋକେ ଆପଣଙ୍କୁ ବୁଲିକି ଦେଖିବେ ଓ ସ୍ମିତହାସ୍ୟ ଦେବେ ସେତେବେଳେ ଜଣେ ଯେ କୌଣସି କାର୍ଯ୍ୟ କରିବାକୁ ଉତ୍ସାହିତ ହେବ। ଇନ୍ଦୋର ଡିଏସ୍‌ପି ଉମାକାନ୍ତ ଚୌଧୁରୀ କହିଛନ୍ତି, ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍କୁଲ ଓ ଇନ୍‌ଷ୍ଟିଚ୍ୟୁଟର ଭଲ୍ୟୁଣ୍ଟିୟରମାନଙ୍କୁ ନେଉଛୁ। ଆଉ ଏବେ ଶୁଭିଙ୍କ ନିଆରା ଢଙ୍ଗରେ ଟ୍ରାଫିକ୍‌ ସଚେତନତା ଅନେକଙ୍କୁ ପସନ୍ଦ ଆସିଛି। ଏହା ଏକ ଭଲ ପ୍ରୟାସ ବୋଲି କିଛିଲୋକ ଏହାର ସମର୍ଥନ କରିଛନ୍ତି।

Share