Posted inଜାତୀୟ

ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା: ୨୦୨୦ରୁ ଏମ୍ସରେ ଲାଗୁ ହେବ ନିଟ୍‌

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆଗାମୀ ୨୦୨୦ ଶିକ୍ଷାବର୍ଷରୁ ଏମ୍ସ, ଜେଆଇପିଏମ୍‌ଇଆର୍‌ (ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ) ସମେତ ଦେଶର ସମସ୍ତ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବାକୁ ହେଲେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଦେବାକୁ ହେବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଦେଶର ମେଡିକାଲ ଶିକ୍ଷାକ୍ଷେତ୍ରରେ ସମାନ ମାନ ଧାର୍ଯ୍ୟ କରିବାରେ ଏହା ସହାୟକ ହୋଇପାରିବ। ଏବେ ଏମ୍ସ ଏବଂ ଜେଆଇପିଏମ୍‌ଇଆର୍‌ ବ୍ୟତୀତ ଅନ୍ୟ ସମସ୍ତ ମେଡିକାଲ କଲେଜରେ ନାମଲେଖା ପାଇଁ ନିଟ୍‌ ଦେବାକୁ ପଡୁଛି। ଏମ୍ସ ଓ ଜେଆଇପିଏମ୍‌ଇଆର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଥିବାରୁ ସେମାନେ ନିଜସ୍ବ ନାମଲେଖା ପରୀକ୍ଷା କରିଥାଆନ୍ତି। ଜାତୀୟ ମେଡିକାଲ କମିଶନ ଆଇନ (ଏନ୍‌ଏମ୍‌ସି), ୨୦୧୯ ଅନୁଯାୟୀ ହେଉଥିବା ନିଟ୍‌ ସମେତ କମନ୍‌ କାଉନସେଲିଂ ଏବଂ ଏମ୍‌ବିବିଏସ୍‌ ଶେଷ ବର୍ଷ ପରୀକ୍ଷା ସମସ୍ତ ମେଡିକାଲ କଲେଜ ପାଇଁ ସମାନ ହେବ। ସେହିପରି ନେକ୍ସଟ୍‌ (ନ୍ୟାଶନାଲ ଏକ୍‌ଜିଟ୍‌ ଟେଷ୍ଟ) ଫଳାଫଳ ଆଧାରରେ ପିଜି ପାଠ୍ୟକ୍ରମରେ ନାମଲେଖା ସୁଯୋଗ ଏବଂ ଚିକିତ୍ସା ଲାଗି ଲାଇସେନ୍ସ ମିଳିବ। ବିଦେଶରେ ମେଡିକାଲ ଶିକ୍ଷାରେ ସ୍ନାତକ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ଏହା ସ୍କ୍ରିନିଂ ପରୀକ୍ଷା ଭାବେ କାର୍ଯ୍ୟ କରିବ। ନେକ୍ସଟ୍‌ କାର୍ଯ୍ୟକାରୀ ହେବା ପୂର୍ବରୁ ୩ ବର୍ଷର ଓ୍ବିଣ୍ଡୋ ପରିୟଡ ରଖାଯାଇଛି ଏବଂ ଏହି ପରୀକ୍ଷା କିଭଳି ହେବ ତାହା ପରବର୍ତ୍ତୀ ସମୟରେ ଏନ୍‌ଏମ୍‌ସି ଦ୍ୱାରା ସ୍ଥିରୀକୃତ ହେବ। ନେକ୍ସଟରେ ଉତ୍ତୀର୍ଣ୍ଣ ହେବା ପରେ ଜଣେ ପ୍ରାର୍ଥୀ ନିଜକୁ ପଞ୍ଜୀକୃତ କରିବା ସହ ଡାକ୍ତରୀ ବୃତ୍ତି ପାଇଁ ଲାଇସେନ୍ସ ପାଇପାରିବେ। ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ର଼୍ୟାଙ୍କ ବଢ଼ାଇବାକୁ ଜଣେ ଏକାଧିକ ଥର ନେକ୍ସଟ ଦେଇପାରିବେ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅତୁଲ ସୁଭାଷଙ୍କ ମା’, ୩ ରାଜ୍ୟ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୨୦।୧୨: ବହୁଚର୍ଚ୍ଚିତ ଇଞ୍ଜିନିୟର ଅତୁଲ ସୁଭାଷ ମୋଦିଙ୍କ ଆତ୍ମହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଅତୁଲଙ୍କ ମା’ ନିଜର ୪ ବର୍ଷର ନାତିଙ୍କ କଷ୍ଟଡି ଦାବି କରିଛନ୍ତି।...

ପ୍ରିୟଙ୍କାଙ୍କ ଚାଲିଯିବ ଏମପି ପଦ! ବଡ଼ ଅଡୁଆରେ ଫସିଲେ…

ନୂଆଦିଲ୍ଲୀ,୨୦।୧୨: ଅଡୁଆରେ କଂଗ୍ରେସ ଏମପି ପ୍ରିୟଙ୍କା ଭଦ୍ରା। ନବ ନିର୍ବାଚିତା ପ୍ରିୟଙ୍କାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଭାରତୀୟ ଜନତା ପାର୍ଟି ନେତା ନବ୍ୟା ହରିଦାସ...

୧୫  ଯାଏ ନାମାଙ୍କନ, ୨୦ ସୁଦ୍ଧା ଘୋଷଣା…ଜାନୁଆରୀରେ ଭାଜପାକୁ ମିଳିପାରେ ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୦।୧୨: ଶାସକ ଭାଜପାକୁ ନୂଆ ବର୍ଷରେ ମିଳିବ ନୂଆ ଅଧ୍ୟକ୍ଷ। ଜାନୁଆରୀ ୧୫ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଶେଷ ହେବ। ଏହାପରେ...

ମୋ ଠାରୁ ଭଲ ଅଭିନୟ କରୁଛନ୍ତି, ଅସ୍କାର ମିଳିବା ଦରକାର: ଜୟା ବଚ୍ଚନ

ନୂଆଦିଲ୍ଲୀ,୨୦।୧୨: ସଂସଦରେ ଧସ୍ତାଧସ୍ତିକୁ ନେଇ ପୂରା ରାଜନୀତି ସରଗରମ ରହିଛି। ଏହାରି ଭିତରେ ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି ଜୟା ବଚ୍ଚନ ସଂସଦ କାଣ୍ଡକୁ...

ଚନ୍ଦ୍ରଚୂଡଙ୍କୁ ରାହୁଲଙ୍କ ବିରୋଧ! ମୋଦି ଚାହୁଁଛନ୍ତି…

ନୂଆଦିଲ୍ଲୀ,୨୦।୧୨: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଆସିଛି ବଡ଼ ଖବର। ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଶୁକ୍ରବାର ଘୋଷଣା କରିଛନ୍ତି...

ଆମ୍ବେଦକରଙ୍କୁ କାହିଁକି ପସନ୍ଦ ଥିଲା ନୀଳରଙ୍ଗ? ଯାହାଲାଗି ରାହୁଲ ବଦଳାଇଦେଲେ ନିଜ ଟି-ସାର୍ଟ ରଙ୍ଗ

ନୂଆଦିଲ୍ଲୀ,୨୦।୧୨: ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ରାଜନୀତି ଉଠୁଛି ପଡୁଛି। ତେବେ ଏହି ବିବାଦ ମଧ୍ୟରେ କଂଗ୍ରେସ...

ପ୍ରିୟଙ୍କା ଗାନ୍ଧୀଙ୍କୁ ‘୧୯୮୪’ ଲେଖାଥିବା ବ୍ୟାଗ୍‌ ଭେଟି ଦେଲେ MP ଅପରାଜିତା ଷଡ଼ଙ୍ଗୀ, ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ,୨୦।୧୨: ଚଳିତ ଥର ସଂସଦର ଶୀତକାଳୀନ ଅଧିବେଶନ ବେଶ ଚର୍ଚ୍ଚାରେ ରହି ଆସୁଛି। କେବେ ମାରପିଟ୍‌ ତ କେବେ ବ୍ୟାଗ୍‌ ପଲିଟିକ୍ସ ଯାଏ ସବୁକିଛି ଦେଖିବାକୁ...

ମାର୍ଶଲ ଆର୍ଟରେ ରାହୁଲଙ୍କୁ ମିଳିଛି ବ୍ଲାକ୍‌ ବେଲ୍ଟ, ଜାଣନ୍ତୁ ରୋଚକ କଥା

ନୂଆଦିଲ୍ଲୀ,୨୦।୧୨: ଦେଶର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଗୁରୁବାର ସଂସଦରେ ହୋଇଥିବା ହିଂସାକାଣ୍ଡ ପରେ ତାଙ୍କୁ ନେଇ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri