Categories: ବାଣିଜ୍ୟ

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮-୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ବା ଋଣ ସୁଧ ହ୍ରାସ ସମ୍ପର୍କରେ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ୦.୦୫% ଏମ୍‌ସିଏଲ୍‌ଆର୍‌ ହ୍ରାସ କରାଯାଇଛି। ଏହା ଦ୍ୱାରା ଋଣ ଉପରେ ଗ୍ରାହକ ପ୍ରଦାନ କରୁଥିବା ସୁଧ ହ୍ରାସ ହେବ। ଏହି ଘୋଷଣା ସବୁ ମ୍ୟାଚୁରିଟି ପରିୟଡ ଲାଗି ଲାଗୁ ହେବ। ଏହା ସହ ବ୍ୟାଙ୍କ ସ୍ଥାୟୀ ଜମା ଉପରେ ସୁଧହାର ମଧ୍ୟ ହ୍ରାସ କରିଛି। ଫଳରେ ଗ୍ରାହକଙ୍କୁ ସ୍ଥାୟୀ ଜମା ଉପରେ ମିଳୁଥିବା ଲାଭ ଅପେକ୍ଷାକୃତ କମିବ। ଏସ୍‌ବିଆଇର ଏହି ଘୋଷଣା ୧୦ ଫେବୃୟାରୀଠାରୁ ଲାଗୁ ହେବ ବୋଲି ଜଣାପଡିଛି।

Share