Categories: ବାଣିଜ୍ୟ

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୪: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ ବେସ୍‌ଡ ଲେଣ୍ଡିଂ ରେଟ୍‌ ବା ଋଣସୁଧ ୩୫ ବେସିସ ପଏଣ୍ଟ ହ୍ରାସ କରାଯାଇଛି। ବର୍ଷିକିଆ ଏମ୍‌ସିଏଲ୍‌ଆର୍‌ର ସବୁ ବର୍ଗରେ ଏହା ଲାଗୁ ହେବ। ଏପ୍ରିଲ ୧୦ରୁ ଏହା କାର୍ଯ୍ୟକାରୀ ହେବ। ଏମ୍‌ସିଏଲ୍‌ଆର୍‌ ସହ ଲିଙ୍କ ହୋଇଥିବା ଋଣ ଉପରେ ଗ୍ରାହକ ଏହି ସୁଧହାର ହ୍ରାସ ସୁବିଧା ପାଇ ପାରିବେ। ଏହି ନିଷ୍ପତ୍ତି ପରେ ବର୍ଷିକିଆ ଏମ୍‌ସିଏଲ୍‌ଆର୍‌ ୭.୭୫%ରୁ ୭.୪୦%କୁ ହ୍ରାସ ଘଟିଛି।

Share