Categories: ରାଜ୍ୟ

ଏମ୍‌ସିଏଲ୍‌ କୋଇଲା ଖଣି ଦୁର୍ଘଟଣା : ୨ ମୃତଦେହ ଉଦ୍ଧାର

ତାଳଚେର,୨୬।୭(ନି.ପ୍ର.) : ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସି ପୋତି ହୋଇ ରହିଥିବା ୩ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହକୁ ଶୁକ୍ରବାର ଏନ୍‌ଡିଆରଏଫ୍‌ ଟିମ୍‌ ଓ ଏମ୍‌ସିଏଲର ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି। ମୃତକ ଦ୍ୱୟ ହେଲେ ରାଜକିଶୋର ମହାପାତ୍ର (ପମ୍ପ ଖଲାସୀ) ଏବଂ ସୁପରଭାଇଜର ରଶ୍ମୀରଞ୍ଜନ ବେହେରା।
ସୂଚନାଯୋଗ୍ୟ ଯେ, ଖଣିରେ ଗତ ମଙ୍ଗଳବାର ରାତିରେ କୋଇଲା ଅତଡ଼ା ଖସି ୪ ଶ୍ରମିକ ପୋତି ହୋଇଯାଇଥିଲେ। ତେବେ ବୁଧବାର ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୩ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିଲା। ଆଜି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରିରହିଛି।

Share