ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିରେ ଅଗ୍ନିକାଣ୍ଡ: ଜଳିଗଲା ପିସି ମେଶିନ

ତାଳଚେର,୨୬।୧୦(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଏମ୍‌ସିଏଲ୍‌ଠାରେ ଥିବା ଜଗନ୍ନାଥ କୋଇଲା ଖଣିରେ ଶନିବାର ଅଗ୍ନିକାଣ୍ଡ ଘଟି ଏକ ପିସି ମେଶିନ ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣାରେ ଗାଡ଼ିଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖଣିରେ କାମ କରୁଥିବା ବେଳେ ହଠାତ୍‌ ପିସିରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ଅଘଟଣ ଘଟିଲା ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ମେଶିନର ଦାମ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି।

Share