Categories: ରାଜ୍ୟ

ଏରସମାରେ ବ୍ୟାପିଲା ଝାଡ଼ାବାନ୍ତି: ତିନି ଦିନରେ ୧୧୮ ଆକ୍ରାନ୍ତ

ଏରସମା,୨୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ତିନ ଦିନ ଭିତରେ ବ୍ଲକର ବିଭିନ୍ନ ସ୍ଥାନରୁ ୧୧୮ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ସୂଚନା ଅନୁସାରେ, ଆଗ ଜ୍ୱର ହେଉଛି। ପରେ ଝାଡ଼ା ବାନ୍ତି ଲାଗି ରହୁଛି। ପରିବାରର ଜଣେ ସଦସ୍ୟ ଏହି ରୋଗରେ ପୀଡ଼ିତ ହେଲେ ସାରା ପରିବାର ଆକ୍ରାନ୍ତ ହେଉଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଚିକିତ୍ସା ସେବା ଯୋଗାଇ ଦିଆ ଯାଉଥିଲେ ମଧ୍ୟ ଏହି ରୋଗ ଅଣାୟତ ହେବାରେ ଲାଗିଛି। ଲୋକଙ୍କ ମନରେ ଏହି ରୋଗ ଆତଙ୍କ ସୃଷ୍ଟି କଲାଣି। ଭ୍ରମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି ହେଉଛି। ଗତ ସୋମବାର ଦିନ ୩୫ ଓ ମଙ୍ଗଳବାର ୪୨ ଓ ବୁଧବାର ୪୧ଜଣ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଛନ୍ତି। କେନ୍ଦୁରୀଶାଳ ଗ୍ରାମର ପୂଜାରିଣୀ ମଲ୍ଲିକ(୯), ମାଳିପୁର ଗ୍ରମାର ଶୁଭ୍ରଜିତ ନାୟକ(୧୪), କିଆଦାର ରାଜଶ୍ରୀ ଦାସ(୧୫), ଅଲଣାର ବିପ୍ଳବ କେଶରୀ ଆଚାଯର୍‌ୟ, ପ୍ରଜ୍ଞା ପାରମିତା ସାହୁ, ଓରନାଳର ସସ୍ମିତା ବାରିକ, କାଙ୍କଣର ପ୍ରଶାନ୍ତ ଜେନା, ଜାମୁକଣ ଗ୍ରାମର ପ୍ରଭାମୟୀ ଗଛାୟତ, ଏକଘରିଆ ଗ୍ରାମର ନିରୁପମା ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ନାଉବେଲାରୀ ଗ୍ରାମର ପ୍ରଫୁଲ ଦାସ, ଆମ୍ବିିକିର ସୁନାକର ଦାସ, ନମିତା ବିଶ୍ୱାଳ, କିଆଦାର ରାଜଶ୍ରୀ ଦାସ, ଜିରାଇଲୋର ସତ୍ୟଜିତ ଦାସ, ରାଧି ସେଠୀ, ଭୁଆଁସାହିର ମାନସ ଦାସ, ଇରିବୀଣାର ସୁଶାନ୍ତୀ ଦାସ, ଏରସମାର ଉତମ ଖଟୁଆ, ଦେଉଳୀର ମିନତୀ ଦାସ, ଭ୍ରମରବର ଗଛାୟତ, ପଣ୍ଡୁଆର ସୁପୋ ଓଝା, ବିଶ୍ୱନାଥ ମହାରଣା, ରୟତସାହିର ମୋନାଲିଶା ନାୟକ, ଭୟଳର ଗୀତାଞ୍ଜଳୀ ସ୍ବାଇଁ, ଭରିଶୋଳର ବିଚିତ୍ର ମଲ୍ଲିକ ପ୍ରମୁଖ ୪୨ ଜଣ ରୋଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅସହ୍ୟ ଗୁଳୁଗୁଳି ଯୋଗୁ ଏପରି ରୋଗ ବ୍ୟାପୁଥିବା କୁହାଯାଉଛି। ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଅମୀୟ ସ୍ବାଇଁ କହିଛନ୍ତି, ପାଗ ବଦଳିବା ଯୋଗୁ ଏଭଳି ହୋଇଛି। ଏହା ବିପଜ୍ଜନକ ନୁହେଁ। ଏବେ ରୋଗୀଙ୍କ ସଂଖ୍ୟା ସ୍ଥିର ଅଛି। ଅନେକ ସୁସ୍ଥ ହୋଇ ଘରକୁ ଫେରିଲେଣି।

Share