ଏରସମା ଫାଶୀଦଣ୍ଡ ମାମଲା:୨୪ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୧୦।୧: ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ଫାଶୀଦଣ୍ଡ ପାଇଥିବା କାଳିଆ ମାନା ମାମଲା ଉପରେ ଗୁରୁବାର ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଜବାବ ସୁଆଲ ଆରମ୍ଭ ହୋଇଥିଲା। ଜବାବସୁଆଲ ଶେଷ ନ ହେବାରୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୪ ତାରିଖକୁ ଧାର୍ଯ୍ୟ ହୋଇଛି। ସୂଚନାଥାଉ କି, ୨୦୧୮ ମାର୍ଚ୍ଚ ୨୧ରେ ଉକ୍ତ ଅଞ୍ଚଳର ୯ ବର୍ଷୀୟା ଜଣେ ନାବାଳିକାଙ୍କୁ କାଳିଆ ଚକ୍‌ଲେଟ ଦେବା ବାହାନାରେ ଡାକିନେଇ କାଜୁ ଜଙ୍ଗଲ ଭିତରେ ବଳାତ୍କାର କରି ହତ୍ୟା କରିଥିଲେ। ଉକ୍ତ ମାମଲାର ଶୁଣାଣି କରି ତଳ କୋର୍ଟ କାଳିଆଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ।

Share