Categories: ଖେଳ

ଏଲଓସି ଗସ୍ତ କରିବେ ଆଫ୍ରିଦୀ

ନୂଆଦିଲ୍ଲୀ,୨୮।୮: ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦୀ ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲଓସି) ଗସ୍ତ କରିବେ। ଏ ନେଇ ବୁଧବାର ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀର ଭାଇମାନଙ୍କୁ ଏକଜୁଟ କରିବା ପାଇଁ ସେ ଏହି ଗସ୍ତ କରିବେ। ଭାରତ ସରକାର ଜମ୍ମୁ-କଶ୍ମୀର ସ୍ବତନ୍ତ୍ର ମାନ୍ୟତା ହଟାଇବା ସହ ରାଜ୍ୟକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗ କରିଛି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଘୋଷଣା କରିଥିଲେ ଯେ, ଦେଶରେ ପ୍ରତ୍ୟେକ ସପ୍ତାହରେ ଅଧଘଣ୍ଟିଆ ଏକତା ପ୍ରୋଗ୍ରାମ ହେବ। ଯେଉଁଥିରେ କଶ୍ମୀର ଭାଇଙ୍କ ପାଇଁ ପାକିସ୍ତାନବାସୀ ଏକ ଥିବା ଦର୍ଶାଇବେ। ଆଫ୍ରିଦୀ ଟୁଇଟ୍‌ କରିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଆମେ ଏକ ହୋଇ ପାଳନ କରିବା। କରାଚୀସ୍ଥିତ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ କବରସ୍ଥଳରେ ଶୁକ୍ରବାର ଅପରାହ୍ନ ୧୨ଟାରେ ପହଞ୍ଚତ୍ବି। ସେଠାରେ ଆମେ କଶ୍ମୀର ଭାଇଙ୍କ ପ୍ରତି ଏକ ଓ ସମବେଦନା ପ୍ରକାଶ କରିବା। ତାଙ୍କ ଭଳି ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ ମଧ୍ୟ ଅନ୍ୟ କ୍ରୀଡ଼ାବିତଙ୍କ ସହ ଏଲଓସି ଗସ୍ତ କରିବେ ବୋଲି ଏକ ଭିଡିଓ ମେସେଜ ଜରିଆରେ କହିଛନ୍ତି।

Share