Categories: ଖେଳ

ଏଲବିଡବ୍ଲ୍ୟୁ ଅପିଲକୁ ଖାରଜ କରି ଓ୍ବାଇଡ ଦେଲେ ଅମ୍ପାୟର, ହସି ହସି ଗଡିଲେ ଖେଳାଳି

ବିଶ୍ୱ କ୍ରିକେଟରେ ଅମ୍ପାୟରଙ୍କ ଦକ୍ଷତା ଉପରେ ଗତ କିଛିବର୍ଷ ହେଲା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଅମ୍ପାୟରମାନେ ୨୦ରୁ ଅଧିକ ନୋ ବଲ ଦେଖିପାରି ନ ଥିଲେ। ଏବେ ସୋସିଆଲ ମିଡିଆରେ ଅମ୍ପାୟରଙ୍କ ତ୍ରୁଟି ସମ୍ପର୍କିତ ଏକ ଭିଡିଓ ଭାଇରାଲ ହେଉଛି। ଏଲବିଡବ୍ଲ୍ୟୁ ଆଉଟକୁ ଖାରଜ କରି ଅମ୍ପାୟର ଏଭଳି ଏକ ନିଷ୍ପତ୍ତି ଦେଇଥିଲେ, ଯାହା ଫିଲ୍ଡରଙ୍କୁ ଚକିତ କରି ଦେଇଥିଲା। ଉକ୍ତ ଭିଡିଓରେ ଏକ ମ୍ୟାଚ୍‌ ବେଳେ ଜଣେ ସ୍ପିନରଙ୍କ ବଲକୁ ଡାହାଣହାତୀ ବ୍ୟାଟ୍ସମ୍ୟାନ ସୁଇପ୍‌ ଶଟ୍‌ ଖେଳିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ବଲ ବ୍ୟାଟ୍ସମ୍ୟାନଙ୍କ ପ୍ୟାଡ୍‌ରେ ବାଜିଥିଲା। ବୋଲରଙ୍କ ସହ ଫିଲ୍ଡରମାନେ ଏଲବିଡବ୍ଲ୍ୟୁ ଅପିଲ କରିଥିଲେ। ସେହି ସମୟରେ ନିଜ ଦୁନିଆରେ ହଜିଯାଇଥିଲେ ଫିଲ୍ଡ ଅମ୍ପାୟର ନିଜ ସ୍ଥାନ ଛାଡ଼ି ବଲକୁ ଓ୍ବାଇଡ୍‌ ଦର୍ଶାଇଥିଲେ। ଭିଡିଓରେ ବଲଟି ବ୍ୟାଟ୍ସମ୍ୟାନଙ୍କ ପ୍ୟାଡରେ ବାଜିଥିବା ସମ୍ପୂର୍ଣ୍ଣ ଦେଖାଯାଉଛି। ଅମ୍ପାୟରଙ୍କ ନିଷ୍ପତ୍ତି ଯୋଗୁ ଫିଲ୍ଡରମାନେ ହସି ହସି ଫିଲ୍ଡରେ ଗଡ଼ି ପଡ଼ିଥିଲେ।

Share