ଏଲିଟ୍‌ କ୍ଲବ୍‌ରେ ଶାହିଦ୍‌ କପୁର

ମୁମ୍ବାଇ: ଆମିର, ସଲମାନ୍‌ ଓ ଶାହରୁଖଙ୍କ ଭଳି ଶାହିଦ୍‌ କପୁର ଏବେ ଏଲିଟ୍‌ କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ବିଶେଷକରି ‘କବିର ସିଂ’ ଫିଲ୍ମର ସଫଳତା ତାଙ୍କୁ ଏଭଳି ସ୍ଥିତିକୁ ଆଣିପାରିଛି। ବକ୍ସ ଅଫିସ୍‌ରେ ଏହି ଫିଲ୍ମ ମାତ୍ର ୧୬ ଦିନରେ ଶ୍ରେଷ୍ଠ ୧୫ ବ୍ୟବସାୟିକ ସଫଳତା (୨୨୬.୧୧ କୋଟି ଟଙ୍କା) ପ୍ରଦାନ କରିବା ପରେ ଶାହିଦ୍‌ଙ୍କୁ ଏହି କ୍ଲବରେ ସାମିଲ କରାଯାଇଛି। ଏହା ପୂର୍ବରୁ ସଲମାନ୍‌ଙ୍କ ‘ଟାଇଗର ଜିନ୍ଦା ହୈ’, ‘ବଜରଙ୍ଗୀ ଭାଇଜାନ୍‌’, ‘ସୁଲତାନ୍‌’ ଓ ‘କିକ୍‌’, ଆମିିର ଖାନ୍‌ଙ୍କ ‘ଦଙ୍ଗଲ୍‌’, ‘ପିକେ’, ‘ଧୁମ୍‌-୩’ ଏବଂ ଶାହରୁଖ୍‌ ଖାନ୍‌ଙ୍କ ‘ଚେନ୍ନାଇ ଏକ୍ସପ୍ରେସ’ ଭଲ ବ୍ୟବସାୟିକ ସଫଳତା ଆଣିଦେଇଥିଲା। ‘କବିର ସିଂ’ ଭଲ ବ୍ୟବସାୟ କରୁଥିଲାବେଳେ ଏହା ଶ୍ରେଷ୍ଠ ୧୦ ବ୍ୟାବସାୟିକ ସଫଳତା ପାଇବ ବୋଲି ଆଶା କରାଯାଉଛି। ପ୍ରକାଶଥାଉ କି, ବଲିଉଡ୍‌ରେ ସବୁଠାରୁ ଅଧିକ ବ୍ୟବସାୟିକ ସଫଳତା ହାସଲ କରିଥିବା ଫିଲ୍ମ ମଧ୍ୟରେ ରହିଛି ‘ବାହୁବଲୀ-୨’(୫୧୧ କୋଟି), ‘ଦଙ୍ଗଲ୍‌’(୩୮୭.୩୮ କୋଟି), ‘ସଞ୍ଜୁ’(୩୪୨.୫୩ କୋଟି), ‘ପିକେ’(୩୪୦.୮୦ କୋଟି), ‘ଟାଇଗର ଜିନ୍ଦା ହୈ’(୩୩୯.୨୫ କୋଟି), ‘ ବଜରଙ୍ଗି ଭାଇଜାନ୍‌’(୩୨୧ କୋଟି), ‘ପଦ୍ମାବତ୍‌’(୩୦୨.୧୫ କୋଟି), ସୁଲତାନ୍‌’(୩୦୧.୫୦ କୋଟି), ‘ଧୂମ୍‌-୩’(୨୮୪ କୋଟି), ‘କ୍ରିଶ୍‌-୩’(୨୪୪.୯୨କୋଟି), ‘ଉରି- ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’(୨୪୪.୨୦ କୋଟି), ‘ସିମ୍ବା’(୨୪୦.୩୧କୋଟି), ‘କିକ୍‌’(୨୩୧ କୋଟି), ‘ଚେନ୍ନାଇ ଏକ୍ସପ୍ରେସ୍‌’(୨୨୭ କୋଟି) ଓ ‘କବିର ସିଂ’(୨୨୬.୧୧ କୋଟି)।

Share