Advertisement

ଏଲୋନ୍‌ ମୁସ୍କ୍‌ଙ୍କ ବିବାଦୀୟ ଟୁଇଟ୍‌: ଟେସଲାର ୧୫ ଶହ କୋଟି ଡଲାର କ୍ଷତି

ନ୍ୟୁୟର୍କ,୨।୫: ଟେସଲା ଇଲେକ୍ଟ୍ରିକ୍‌ କାର୍‌ କମ୍ପାନୀ ପ୍ରାୟ ୧୫ ଶହ କୋଟି ଡଲାରର କ୍ଷତି ସହିଛି। ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିବାହୀ ଏଲୋନ୍‌ ମୁସ୍କ୍‌ଙ୍କର ଏକ ବିବାଦୀୟ ଟୁଇଟ୍‌ ଯୋଗୁ ଏଭଳି ଘଟିଛି। ସୂଚନାଯୋଗ୍ୟ, କମ୍ପାନୀର ଶେୟାର ଦାମ ଅଧିକ ରହିଥିବା ନେଇ ଏଲୋନ୍‌ ମୁସ୍କ୍‌ ଟୁଇଟ୍‌ କରିଥିଲେ। ଏହାପରେ ଟେସଲାର ଶେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଏଲୋନ୍‌ ମୁସ୍କ୍‌ଙ୍କ ଟୁଇଟ୍‌ର ଅଧଘଣ୍ଟା ମଧ୍ୟରେ କମ୍ପାନୀର ଶେୟାରରେ ୧୨ ପ୍ରତିଶତ ହ୍ରାସ ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ୨୦୧୮ରେ ମଧ୍ୟ ଏଲୋନ୍‌ ମୁସ୍କ୍‌ ଏକ ବିବାଦୀୟ ଟୁଇଟ୍‌ କରିଥିଲେ। ସେ କହିଥିଲେ ଯେ, ଟେସଲା ସ୍ବୟଂଚାଳିତ କମ୍ପାନୀ ହେବାକୁ ଯାଉଛି। ଏହାର ଶେୟାର ୪୨୦ ଡଲାରରେ ବିକ୍ରି ହେବ। ଏହାପରେ ମଧ୍ୟ କମ୍ପାନୀ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share