Categories: ଜାତୀୟ

ଏଲ୍‌ଏସିରୁ ପଛଘୁଞ୍ଚା ଦେଲେ ୧୦ ହଜାର ଚାଇନା ସୈନ୍ୟ

ଲେହ,୧୨।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ତେବେ ଏଠାର ପ୍ରବଳ ଥଣ୍ଡା ସହି ନ ପାରି ଚାଇନା ସୈନ୍ୟ ପଛଘୁଞ୍ଚାମାନେ ପଛଘୁଞ୍ଚା ଦେଇଛନ୍ତି। ୧୦ ହଜାର ଚାଇନା ସୈନ୍ୟ ଏଲ୍‌ଏସିଠାରୁ ୨୦୦ କିଲୋମିଟର ଦୂରକୁ ପଳାଇଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଚାଇନା ସୈନ୍ୟଙ୍କ ତାଲିମ ଜାରି ରହିଥିଲା। ସୀମାରେ ଉତ୍ତେଜନା ସୃଷ୍ଟି ହେବାରୁ ଚାଇନା ୫୦ ହଜାର ସୈନ୍ୟଙ୍କୁ ମୁତୟନ କରିଥିଲା। ମାତ୍ର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ୍‌ରୁ କମିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। କରୋନା ମହାମାରୀ ସମୟରେ ମଧ୍ୟ ଚାଇନା ସୈନ୍ୟ ସୀମାକୁ ଜଗି ରହିଥିଲେ। ତେବେ ପ୍ରବଳ ଥଣ୍ଡା ଆଗରେ ସେମାନେ ହାର ମାନିଛନ୍ତି। ଅପରପକ୍ଷରେ ଭାରତୀୟ ସେନା ପୂର୍ବ ପରି ଏଲ୍‌ଏସିରେ ଥଣ୍ଡାକୁ ଖାତିର ନ କରି ରହିଛନ୍ତି।

Share