Categories: ଜାତୀୟ

ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୬।୧୨: ପାକିସ୍ତାନ ପକ୍ଷରୁ ସୋମବାର ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଜମ୍ମୁ-କଶ୍ମୀର ପୁଞ୍ଚ ଜିଲା କ୍ରିଷ୍ଣା ଘାଟି ସେକ୍ଟରର ସୀମା ନିକଟରେ ପାକିସ୍ତାନ ସକାଳ ପ୍ରାୟ ୯ଟା ୪୫ ମିନିଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଖବର ମିଳିଛି। ମୋର୍ଟାର ମାଡ ସହ ପାକିସ୍ତାନ ପଟରୁ ଗୁଳି ବର୍ଷଣ ମଧ୍ୟ କରାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ମଧ୍ୟ ଦିଆଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନ ସପ୍ତାହକୁ ପ୍ରାୟ ୫-୬ଦିନ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାର ଖବର ଆସୁଛି। ତେବେ ଏହା ପାକିସ୍ତାନର ପୁରୁଣା ପ୍ରକୃତି ବୋଲି ମଧ୍ୟ କୁହାଯାଉଛି।

Share