Categories: ଜାତୀୟ

ଏଲ୍‌ଓସିରେ ବ୍ୟାଟ୍‌ ଆକ୍ରମଣକୁ ପଣ୍ଡ କଲା ଭାରତୀୟ ସେନା

ଜମ୍ମୁ,୩୦।୧୨(ଆଇଏଏନ୍‌ଏସ୍‌):ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅନ୍ତର୍ଗତ ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ରବିବାର ପାକିସ୍ତାନୀ ସେନାର ସୀମାନ୍ତ କାର୍ଯ୍ୟାନୁଷ୍ଠାନ ଟିମ୍‌ (ବ୍ୟାଟ୍‌)ର ଆକ୍ରମଣ ଯୋଜନାକୁ ଭାରତୀୟ ଯବାନମାନେ ପଣ୍ଡ କରିଦେଇଛନ୍ତି। ବ୍ୟାଟ୍‌ ଆକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ପାକିସ୍ତାନୀ ସୈନ୍ୟମାନେ ଗୁଳି ବର୍ଷଣ କରିବା ସହ କେର୍ନି ସେକ୍ଟରରେ ଆଇଇଡି ବିସ୍ଫୋରଣ ଘଟାଇଥିଲେ। ଆଗୁଆ ଘାଟିଗୁଡ଼ିକରେ ଥିବା ଭାରତୀୟ ଯବାନମାନେ ଏହାର ଠିକଣା ଜବାବ ଦେଇଥିଲେ। ଫଳରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବ୍ୟାଟ୍‌ ସଦସ୍ୟମାନେ ପାକିସ୍ତାନ ପଟକୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ପ୍ରାୟ ଘଣ୍ଟାଏ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଗୁଳି ବିନିମୟ ବେଳେ ଭାରତୀୟ ପାର୍ଶ୍ୱରେ କେହି ମୃତାହତ ହୋଇନାହାନ୍ତି।

Share