Categories: ଜାତୀୟ

ଏଲ୍‌ଓସିରେ ଯବାନ ଶହୀଦ

ଜମ୍ମୁ,୧୨ା୧୦(ପି.ଟି.): ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ପାକିସ୍ତାନ ଶୁକ୍ରବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଯବାନ ଶହୀଦ ଓ ଦୁଇ ଆହତ ହୋଇଛନ୍ତି। ରାଜୌରି ଜିଲା ନୌସେରା ସେକ୍ଟରରେ ପାକିସ୍ତାନୀ ସେନା ଭୋର ୫ଟା ୩୦ରୁ ୨ ଘଣ୍ଟା ଧରି ଗୁଳିବର୍ଷା ଓ ମୋର୍ଟାର ମାଡ଼ କରିଥିଲା। ଗୁଳିମାଡ଼ରେ ଗୁରୁତର ହୋଇଥିବା ନାଏକ ସୁବାସ ଥାପା(୨୫)ଙ୍କୁ ଉଦ୍ଧମପୁରସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଖିବୁଜି ଦେଇଥିବା ସେନା ପକ୍ଷରୁ କୁହାଯାଇଛି।

Share