Categories: ବାଣିଜ୍ୟ

ଏଲ୍‌ଜି ଇଲେକଟ୍ରୋନିକ୍ସର ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୨।୫: ଏଲ୍‌ଜି ଇଲେକଟ୍ରୋନିକ୍ସ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, କ୍ୟାଣ୍ଡେଲ, ପଲିଥିନ ସିଟ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ୧୦୦୦ ପରିବାରକୁ ଏହି ସହାୟତା ଯୋଗାଇ ଦିଆ ଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଲ୍‌ଜି ପ୍ରଡକ୍ଟଗୁଡିକ ଲାଗି ସର୍ଭିସ କ୍ୟାମ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିଲାଗି ସର୍ଭିସ ଦେୟ ଛାଡ କରାଯାଇଥିବା ବେଳେ ପାର୍ଟସ ଉପରେ ରିହାତି ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ଲୋକଙ୍କ ସହ ଛିଡା ହେବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରୁଛୁ ବୋଲି ଏଲ୍‌ଜି ଇଲେକଟ୍ରୋନିକ୍ସ ଇଣ୍ଡିଆର ଏମ୍‌ଡି କି.ଓ୍ବାନ.କିମ୍‌ କହିଛନ୍ତି। କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟ ପ୍ରବଲ ସକ୍ସେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Share