Categories: ବାଣିଜ୍ୟ

ଏଲ୍‌ଜି ପକ୍ଷରୁ କୁକିଂ କଣ୍ଟେଷ୍ଟ

ଭୁବନେଶ୍ୱର,୧୭-୬(ବ୍ୟୁରୋ): ଏଲ୍‌ଜି ଇଲେକଟ୍ରୋନିକ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ କୁକିଂ କଣ୍ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କମ୍ପାନୀ ଘରୋଇ ବଜାରରେ ୨୨ତମ ପୂର୍ତ୍ତି ପାଳନ କରୁଛି। ରଜପର୍ବ ଉପଲକ୍ଷେ ଏଭଳି ଏକ ପ୍ରତିଯୋଗିତା ଦ୍ୱିତୀୟ ବର୍ଷ ଲାଗି ଓଡିଶାରେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ କମ୍ପାନୀର ଶାଖା ପ୍ରବନ୍ଧକ ମନୀଷ ସିଂଘଲ, ଆଞ୍ଚଳିକ ମାର୍କେଟିଂ ପ୍ରବନ୍ଧକ ଦେବାଶିଷ ମିଶ୍ର, ଶାଖା ମାର୍କେଟିଂ ପ୍ରବନ୍ଧକ ବିଭୁ ମହାପାତ୍ର, ସ୍ବାସ୍ଥ୍ୟ ବିଶେଷଜ୍ଞ ଅମରଜିତ ସ୍ବାଇଁ ଏବଂ ସୁଜିତ ସ୍ବାଇଁ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସିନେ ଅଭିନେତ୍ରୀ ଅନୀଷା ଶର୍ମା, ସିତଲ ପଟ୍ଟନାୟକ ଏବଂ ରାକ୍ଷୀ ଦାସ ଅତିଥି ଭାବେ ଯୋଗ ଦେବା ସହ ବିଚାରକ ରହିଥିଲେ। ଏଥିରେ ମୋଟ ୭୦ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟ ପରେ ଚୂଡାନ୍ତ ପର୍ଯ୍ୟାୟକୁ ୨୦ ଏବଂ ଶେଷରେ ଭାଗ୍ୟଶାଳୀ ବିଜେତା ଘୋଷଣା କରାଯାଇଥିଲା। ଏହି ଅବସରରେ ଆଞ୍ଚଳିକ ମାର୍କେଟିଂ ପ୍ରବନ୍ଧକ ଦେବାଶିଷ ମିଶ୍ର କହିଛନ୍ତି ଯେ, ମାଇକ୍ରୋଓଭନ ବ୍ୟବହାର ଦ୍ୱାରା ପ୍ରାୟ ୩୫୦ରୁ ଉର୍ଦ୍ଧ୍ୱ ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରିବ। ଏହା ସ୍ବଳ୍ପ ସମୟ ନେଉଥିବା ବେଳେ ଏହାକୁ ପ୍ରୋତ୍ସାହିତ କରାଯାଉଥିବା ସେ କହିଛନ୍ତି। ମାଇକ୍ରୋଓ୍ବେଭ ବ୍ୟବହାର ସଚେତନତା ସୃଷ୍ଟି ଲାଗି ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଶାଖା ପ୍ରବନ୍ଧକ ମନୀଷ ସିଂଘଲ କହିଛନ୍ତି।

Share