ଏଲ୍‌ପିଜି ଯୋଗାଣ ଠିକ୍‌ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦେଶର ତୈଳ ବିପଣନ କମ୍ପାନୀର ଜିଲା ନୋଡାଲ ଅଫିସରମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଏଲ୍‌ପିଜି ଯୋଗାଣକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବା, ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ୍‌ ଯୋଗାଣ ତ୍ୱରାନ୍ବିତ କରିବାକୁ ଆହ୍ବାନ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଏହି ଯୋଜନାରେ ୮ କୋଟିରୁ ଊର୍ଦ୍ଧ୍ୱ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଆସନ୍ତା ୩ ମାସ ପାଇଁ ମାଗଣାରେ ତିନୋଟି ଏଲ୍‌ପିଜି ସିଲିଣ୍ଡର ଯୋଗାଇ ଦିଆଯିବ। ଏହି ପଦକ୍ଷେପ ସ୍ବରୂପ ଏପ୍ରିଲ ପ୍ରଥମ ତିନିସପ୍ତାହରେ ୪୦ ପ୍ରତିଶତ ହିତାଧିକାରୀ ସିଲିଣ୍ଡର ପାଇଁ ବୁକ୍‌ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ବିଶେଷ ଯୋଜନା ଅନୁସାରେ ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍‌ ଉପରେ ଗୁରୁତ୍ୱ ଦେବାକୁ ନୋଡାଲ ଅଫିସରଙ୍କୁ କହିଛନ୍ତି। ଗରିବଙ୍କ ଘରେ ଏଲ୍‌ପିଜି ଯୋଗାଣରେ କିଛି ସାଲିସ୍‌ କରାଯିବନାହିଁ।

Share