ଏସବୁ କମ୍ପାନୀରେ ଅଫିସରେ ଚଷମା ପିନ୍ଧିବା ମନା…

କମ୍ପ୍ୟୁଟରରେ କାମ କଲାବେଳେ କେତେକ ଆଖିକୁ ଚାପମୁକ୍ତ ରଖିବା ପାଇଁ ଚଷମାର ବ୍ୟବହାର କରିଥାନ୍ତି। ମାତ୍ର ଜାପାନର କିଛି ରିଟେଲ୍‌ କମ୍ପାନୀ ଏହାର କର୍ମଚାରୀଙ୍କୁ ଅଫିସରେ କାମ କରିବାବେଳେ ଚଷମା ପିନ୍ଧିବାକୁ ମନା କରିିଛନ୍ତି। ଚଷମା ପିନ୍ଧିଲେ କମ୍ପାନୀଗୁଡ଼ିକର କାରବାର କମୁଥିବା ଅଭିଯୋଗ ହୋଇଛି। ଚଷମା ପିନ୍ଧିଥିବା କର୍ମଚାରୀ ସ୍ମାର୍ଟ ଲାଗୁ ନ ଥିବା ଗ୍ରାହକ ଅନୁଭବ କରୁଛନ୍ତି। ତେଣୁ ଡିପାର୍ଟମେଣ୍ଟ୍‌ ଷ୍ଟୋର, ଶୋରୁମ୍‌, ରିସେପସନ୍‌,ହସ୍ପିଟାଲିଟି କର୍ମଚାରୀ ତଥା ବିୟୁଟି କ୍ଲିନିକ୍‌ରେ କାମ କରୁଥିବା କର୍ମଚାରୀଙ୍କୁ ଚଷମା ପିନ୍ଧିବାକୁ ବାରଣ କରାଯାଇଛି।

Share