Categories: ଫୁରସତ

ଏସବୁ କାରଣ ପାଇଁ ଟ୍ରେନ୍‌ ବଗିରେ ଥାଏ ଲାଲ୍‌, ହଳଦିଆ ଏବଂ ନୀଳ ରଙ୍ଗର ଗାର

୧୮୫୩ ଏପ୍ରିଲ୍‌ ୧୬ ତାରିଖରେ ଭାରତରେ ରେଳସେବା ଆରମ୍ଭ ହୋଇଥିଲା। କିନ୍ତୁ ୧୯୫୧ରେ ରେଳସେବାକୁ ଜାତୀୟକରଣ କରାଯାଇଥିଲା। ସେବେଠାରୁ ଟ୍ରେନ୍‌ରେ କିଛି କୋଡ୍‌ ରହିଛି। ଯାହାକୁ ଆମେ ସମସ୍ତେ ଦେଖିଥାଉ। ମାତ୍ର ଏହାର କାରଣ କ’ଣ ଜାଣି ନ ଥାଉ। ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଲକ୍ଷ୍ୟ ରଖିଥିବେ ବଗି ପଛରେ ହଳଦିଆ, ଲାଲ୍‌ କିମ୍ବା ଅନ୍ୟ କୌଣସି ରଙ୍ଗର ଲାଇନ୍‌ ବା ଧାର ଅଙ୍କା ଯାଇଛି।

ଆପଣ ଦେଖିଥିବେ ନୀଳ ରଙ୍ଗ ବଗିର ଠିକ୍‌ ଶେଷ ଭାଗ ଡୋର୍‌ ପାଖରେ ହଳଦିଆ କିମ୍ବା ଧଳା ରଙ୍ଗ ରହିଛି। ଏହା ଯାତ୍ରୀମାନଙ୍କ ସୁବିଧା ପାଇଁ ଚିତ୍ରଣ କରାଯାଇଛି। ଏହି ବଗି ଦ୍ୱିତୀୟ ଶ୍ରେଣୀ ବା ସାଧାରଣ ବଗି ବୋଲି ସୂଚାଇଥାଏ।

ସେହିପରି ନୀଳ କିମ୍ବା ଲାଲ୍‌ ରଙ୍ଗର ବଗିରେ ହଳଦିଆ ରଙ୍ଗର ମୋଟା ଗାର ଟଣାଯାଇଥାଏ। ଏଥିରୁ ବୁଝାପଡ଼େ ଏହି ବଗିଟି ଭିନ୍ନକ୍ଷମ କିମ୍ବା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ। ଆପଣ ଦେଖିଥିବେ ଆଞ୍ଚଳିକ ଟ୍ରେନ୍‌ରେ ଧୂସର ଉପରେ ଲାଲ୍‌ ରଙ୍ଗର ଗାର ରହିଛି। ଏହା ପ୍ରଥମ ଶ୍ରେଣୀ ବଗି ବୋଲି ସୂଚାଇଥାଏ।

Share