ଏସବୁ ଘରୋଇ ଉପାୟରେ କମିଥାଏ ଥଣ୍ଡା

ଥଣ୍ଡା ଧରିଥିଲେ କିଛି ଘରୋଇ ଉପାୟ ଅବଲମ୍ବନ କଲେ ଏହି ସମସ୍ୟା ଶୀଘ୍ର ଦୂର ହୋଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…

୧. ପାଣିରେ ହଳଦୀ ଓ ଲୁଣ ପକାଇ ଗରମ କରନ୍ତୁ। ଏହାର ବାମ୍ଫକୁ ୪/୫ଥର ନାକବାଟେ ନିଅନ୍ତୁ। ତୁଳସୀପତ୍ରକୁ ପାଣିରେ ଫୁଟାଇ ଏହାର ପାଣି ପିଅନ୍ତୁ। ତୁଳସୀପତ୍ର, ଅଦା, ୩/୪ଟି ଗୋଲମରିଚ ଏବଂ ଲବଙ୍ଗ ପକାଇ ଏହି ପାଣିକୁ ଅଳ୍ପ ଉଷୁମ କରନ୍ତୁ। ଯଦି ନାକ ବେଶୀ ବନ୍ଦ ହୋଇ ଯାଉଥାଏ ତେବେ କର୍ପୂର ଗୁଣ୍ଡକୁ ନଡ଼ିଆ ତେଲରେ ପକାଇ ଭଲ ଭାବେ ମିଶାଇ ଛାତି, ପିଠି ଏବଂ ଗଳାରେ ଲଗାନ୍ତୁ ଆରାମ ଲାଗିବ।

୨. ୩/୪ଟି ପାନପତ୍ର ନେଇ ଏହାର ରସ ପ୍ରସ୍ତୁତ କରି ସେଥିରେ ସମାନ ପରିମାଣର ମହୁ ମିଶାନ୍ତୁ। ଦିନକୁ ଦୁଇଥର ସେବନ କରନ୍ତୁ। ତୁରନ୍ତ ଥଣ୍ଡା ଛାଡ଼ିଯିବ।

୩. ସୋରିଷ ତେଲକୁ ଗରମ କରି ସେଥିରେ ରସୁଣ ମିଶାନ୍ତୁ। ଏହି ମିଶ୍ରଣକୁ ପିଠି, ଗଳା, ନାକ ଓ ପାଦରେ ଘଷନ୍ତୁ। ଏସବୁ କରିବା ପରେ ଯଦି ଥଣ୍ଡା କମେ ନାହିଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।