ଏସବୁ ଘରୋର ଉପଚାରରେ ଦୂର ହେବ ଗ୍ୟାସ ସମସ୍ୟା

ବର୍ତ୍ତମାନ ସମୟରେ ପେଟ ଗ୍ୟାସ ହେବା ମୁଖ୍ୟ ସମସ୍ୟା ପାଲଟିଛି। ବେଳେବେଳେ ଗ୍ୟାସ ଯୋଗୁ ପେଟ ଦରଜ ହେବା ସହ ଭୀଷଣ ମୁଣ୍ଡ ବିନ୍ଧା ହୋଇଥାଏ। ବାନ୍ତି ବି ଲାଗିଥାଏ। ପେଟ ଫୁଲିବା ସହ ପାଚନ କ୍ରିୟାରେ ସମସ୍ୟା ଦେଖାଦେଇଥାଏ। ମେଡିସିନ ନ ଖାଇ ଘରୋଇ ଉପଚାରରେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ଆୟୁର୍ବେଦ ଚିକିତ୍ସକ ମତ ଦଅନ୍ତି। ଜାଣନ୍ତୁ ଏ ସମ୍ପର୍କରେ…


ବେକିଂ ସୋଡ଼ା:
ପ୍ରତିଦିନ ସକାଳେ ଚାମୁଚେ ବେକିଂ ସୋଡ଼ା ସହିତ ଲେମ୍ବୁ ରସ ମିଶାଇ ଖାଲି ପେଟରେ ପିଅନ୍ତୁ।


ହେଙ୍ଗୁ:
ହେଙ୍ଗୁ ଖାଲି ଖାଦ୍ୟର ସ୍ବାଦ ବଢ଼ାଏ ନାହିଁ। ଗୋଟିଏ ଗ୍ଲାସ ଉଷୁମ ପାଣିରେ କିଛି ହେଙ୍ଗୁ ମିଶାଇ ପିଇଲେ ଗ୍ୟାସ ସମସ୍ୟା ବି ଦୂର ହୁଏ। ଦିନକୁ ଦୁଇ/ତିନି ଥର ହେଙ୍ଗୁ ପାଣି ପିଅନ୍ତୁ।


ଗୋଲମରିଚ:
କ୍ଷୀରରେ ଗୋଲମରିଚ ଗୁଣ୍ଡ ପକାଇ ପିଇଲେ ଗ୍ୟାସ ସମସ୍ୟା ଦୂର ହୁଏ। ଖାଦ୍ୟ ହଜମ କରିବାରେ ଏହା ସହାୟକ ହୋଇଥାଏ।


ରସୁଣ:
ପ୍ରତିଦିନ ୩/୪ଟି ରସୁଣ, ଜିରା ଏବଂ ଧନିଆକୁ ବାଟି ପିଇଲେ ଗ୍ୟାସ ସମସ୍ୟା ଦୂର ହୋଇଥାଏ। ଦିନକୁ ୨ ଥର ଏପରି କରନ୍ତୁ। ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବ।