Categories: ଫୁରସତ

ଏସବୁ ଜିନିଷକୁ ଗୋଡ଼ ଲଗାଉଛନ୍ତି କି? ତା’ହେଲେ ହୋଇ ଯାଆନ୍ତୁ ସର୍ତକ,ନିଜ ଉପରେ ଆସିପାରେ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ। କିଛି ଲୋକ ଜାଣିଶୁଣି ମଧ୍ୟ କିଛି ଜିନିଷ ବା ବ୍ୟକ୍ତିଙ୍କୁ ଗୋଇଠା ମାରି ଦେଇଥାନ୍ତି। ମାତ୍ର ଏହା ସେମାନେ ଜାଣି ନ ଥଆନ୍ତି ଯେ ଏପରି କରି ସେ କେତେବଡ଼ ଭୁଲ କରୁଛନ୍ତି। ଶାସ୍ତ୍ର ଅନୁସାରେ, ଏହା ପାପ ସହ ସମାନ ହୋଇଥାଏ। ତେବେ ଏପରି ୫ଟି ବିଶେଷ ଜିନିଷ ଅଛି ଯାହାଠାରେ ଭୁଲରେ ମଧ୍ୟ ଗୋଡ଼ ବାଜିବା ପାପ ହୋଇଥାଏ। ଏହାଦ୍ବାରା ଆମ ନିଜର ହିଁ କ୍ଷତି ହୋଇଥାଏ। ତେଣୁ ଏହି ୫ଟି ଜିନିଷରେ ଭୁଲରେ ମଧ୍ୟ ଗୋଡ଼ ବାଜିବାକୁ ଦିଅନ୍ତୁ ନାହଁ। ତେବେ ଚାଲନ୍ତୁ ଜାଣିବା ସେହି ୫ଟ ଜିନିଷ କ’ଣ।
* ଅଗ୍ନି: ଅଗ୍ନି ହେଉଛନ୍ତି ସକଳ ଶକ୍ତିର ଆଧାର। କେବଳ ହିନ୍ଦୁଧର୍ମ ନୁହେଁ, ଅନ୍ୟ ଧର୍ମରେ ମଧ୍ୟ ଅଗ୍ନିଙ୍କୁ ଦେବତା ଭାବେ ପୂଜା କରାଯାଏ। ହିନ୍ଦୁଶାସ୍ତ୍ରରେ ଅଗ୍ନିଙ୍କ ପାଇଁ ସତନ୍ତ୍ର ପୂଜା ବିଧି ରହିଛି। ଯେହେତୁ ଅଗ୍ନି ବା ନିଆଁ ହେଉଛନ୍ତି ଦେବତା, ତେଣୁ ତାଙ୍କଠାରେ ଗୋଡ଼ ମାରିବା ଅନୁଚିତ୍‌। ଏଭଳି କରିବା ଦ୍ୱାରା ମହାପାପ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।
*ଜଳ: ଶାସ୍ତ୍ର ଅନୁଯାୟୀ ଜଳ ହେଉଛି ମା’ ଗଙ୍ଗାଙ୍କ ରୂପ। ଯିଏ କି ମହାଦେବଙ୍କ ଜଟାରୁ ଆର୍ବିଭାବ ହୋଇଥିଲେ। ତେଣୁ ପାଣି ଥିବା ପାତ୍ରକୁ କେବେ ହେଲେ ଗୋଡ଼ ଲଗାନ୍ତୁ ନାହିଁ କି ଗୋଇଠା ମାରି ଅପମାନ କରନ୍ତୁ ନାହିଁ। ଏଭଳି କଲେ ଦେବୀ ଗଙ୍ଗା କ୍ରୋଧିତ ହୋଇଥାନ୍ତି ଓ ଦିନେ ନା ଦିନେ ଆପଣଙ୍କୁ ପାଣି ପାଇଁ ହଟହଟା ହେବାକୁ ପଡ଼ିଥାଏ।
*ଭାତ ହାଣ୍ଡି: ଭାତ ହାଣ୍ଡିରେ ଗୋଡ଼ ମାରିବା ଆଦୌ ଉଚିତ୍‌ ନୁହେଁ। କାରଣ ଅନ୍ନରେ ମା’ ଲକ୍ଷ୍ମୀଙ୍କ ବାସ ଥାଏ। ଅନେକଙ୍କ ଘରେ ଭାତହାଣ୍ଡି ପୂଜା ହେଉଥିବା ଦେଖିବାକୁ ମିଳିଥାଏ। ଅନ୍ନର ଅପମାନ ହେଉଛି ମା’ ଲକ୍ଷ୍ମୀଙ୍କ ଅପମାନ। ତେଣୁ ଗୋଇଠା ମାରିବା ତ ଦୂରର କଥା ଭୁଲରେ ମଧ୍ୟ ଭାତ ହାଣ୍ଡିରେ ଗୋଡ଼ ମାରନ୍ତୁ ନାହିଁ। ନଚେତ୍‌ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡ଼ିଯିବେ। ଫଳରେ ଘରେ ଅଭାବ ଅନଟନ ସହ ଅନେକ ସମସ୍ୟା ଦେଖାଦେବ।
*ଗେମାତା: ହିନ୍ଦୁ ଧର୍ମରେ ଗୋରୁ ଗାଈଙ୍କୁ ମାତା ହିସାବରେ ପୂଜା କରାଯାଏ। ଅଗ୍ନି ଓ ଜଳ ପରି ଗୋମାତା ମଧ୍ୟ ଦେବୀ, ଯାହାଙ୍କୁ ଆମେ ପୂଜା କରିଥାଉ। ତେଣୁ କେବେହେଲେ ଗୋମାତାଙ୍କଠାରେ ଗୋଡ଼ ଲଗାନ୍ତୁ ନାହିଁ କିମ୍ବା କ୍ରୋଧରେ ତାଙ୍କୁ ଗୋଇଠା ମାରନ୍ତୁ ନାହିଁ।
*ଶିଶୁ: ଶାସ୍ତ୍ର ଅନୁଯାୟୀ ଶିଶୁଙ୍କ ଦେହରେ ସ୍ବୟଂ ଭଗବାନ ବିରାଜମାନ କରିଥାନ୍ତି। ପିଲାମାନେ ଦୁନିଆର ମୋହ ମାୟାରୁ ବହୁ ଦୂରରେ। ତାଙ୍କ ଭିତରେ କୌଣସି ପ୍ରକାର ପାପ ଓ ଖରାପ ଚିନ୍ତା ନ ଥାଏ। ସେମାନେ ଭଗବାନଙ୍କ ପରି ପବିତ୍ର ହୋଇ ହୋଇଥାନ୍ତି। ତେଣୁ ପିଲାଙ୍କ ଦେହରେ ଭୁଲରେ ମଧ୍ୟ ଗୋଡ଼ ବଜାନ୍ତୁ ନାହିଁ।

Share