ଏସବୁ ଜିନିଷ ସହ ମିଶାଇ ଖାଆନ୍ତୁ ନାହିଁ ମହୁ…

ମହୁ ସ୍ବାସ୍ଥ୍ୟ ପାଇଁ  ଉପକାରୀ ହୋଇଥିବା ବେଳେ ଥଣ୍ଡା ଲାଗି ବରଦାନ ସଦୃଶ ହୋଇଥାଏ। ଥଣ୍ଡା ଜ୍ୱର ସମୟରେ ତୁଳସୀ ପତ୍ରରେ ମହୁ ମିଶାଇ ସେବନ କଲେ ଥଣ୍ଡା କଟିଥାଏ। ତେବେ ଏପରି କେତେକ ଜିନିଷ ଅଛି, ଯେଉଁଥିରେ ମହୁ ମିଶାଇ ସେବନ କରିବା ଫଳରେ କ୍ଷତି ଘଟିଥାଏ। ଜାଣନ୍ତୁ ସେ ସମ୍ପର୍କରେ……

ଗରମ ଜିନିଷ: ମହୁ ଗରମ ହୋଇଥିବାରୁ ଏହାକୁ ଗରମ ଜିନିଷ ସହ ଖାଇବା ଅନୁଚିତ। ଏହା କରିବା ଫଳରେ ପେଟ ଗରମ ହୋଇଯାଇଥାଏ।

ଚା’, କଫି: ଥଣ୍ଡା ହୋଇଥିବା ସମୟରେ ଚା’ କିମ୍ବା କଫି ସହ ମହୁକୁ ମିଶାଇ ପିଇବାକୁ ଅନେକେ କହିଥାନ୍ତି। ମାତ୍ର ଏହା ଉଚିତ ନୁହେଁ। ଏପରି କରିବା ଫଳରେ ଶରୀର ତାପମାତ୍ରା ବଢ଼ିଥାଏ।

ମୂଳା: ମୂଳା ସହିତ ଏହାକୁ ଖାଇବା ଭୟଙ୍କର ହୋଇଥାଏ। ଏଥିରେ ଶରୀରରେ ଟକ୍ସିନ୍‌ ବଢ଼ିଥାଏ। ଯାହା ଶରୀରରକୁ କ୍ଷତି ପହଞ୍ଚାଇଥାଏ।

ଗରମ ପାଣି: ଅନେକେ ଓଜନ କମ୍‌ କରିବା ପାଇଁ ଗରମ ପାଣିରେ ମହୁ ମିଶାଇ ପିଇଥାନ୍ତି । ମାତ୍ର ଏପରି କରିବା ଫଳରେ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।