ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। ଏହାକୁ ଖାଇବା ଦ୍ୱାରା ଶରୀର ତାପମାତ୍ରା ବୃଦ୍ଧି ହେବା ସହିତ ମନ ବିଚଳିତ ରହିଥାଏ। ଫଳରେ ସାଧନା ପଥରୁ ବିଚ୍ୟୁତ ହେବାର ଆଶଙ୍କା ରହିଥାଏ । ତେଣୁ ଏହି ସମୟରେ ଏସବୁକୁ ବାରଣ କରାଯାଇଥାଏ। ନବରାତ୍ରୀରେ ମାତା ଦୁର୍ଗାଙ୍କର ନବାର୍ଣ୍ଣ ମନ୍ତ୍ର ଜପ କରିବା ସହିତ ଆବଶ୍ୟକ ଦଶାଂଶ ମନ୍ତ୍ରରେ ହୋମ କରିବାକୁ ପଡ଼ିଥାଏ। ଏହାପରେ ବ୍ରାହ୍ମଣ ଭୋଜନ କରାଇ ସେମାନଙ୍କ ଆଶୀର୍ବାଦ ନେବାକୁ ହୋଇଥାଏ। ଅଷ୍ଟମୀ ଓ ନବମୀରେ ମାତା ଦୁର୍ଗାଙ୍କ ଯୋନୀ କବଚ ପାଠ କଲେ ଅଶେଷ ପୂର୍ଣ୍ୟ ମିଳିବା ସହିତ କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।