ଏସବୁ ଯୋଗୁ ଛୋଟ ପିଲାଙ୍କଠାରେ ଦେଖାଦେଇଥାଏ ଡାଇବେଟିସ୍‌…

ନୂଆଦିଲ୍ଲୀ: କେତେକ କାରଣରୁ ଛୋଟ ପିଲାଙ୍କଠାରେ ଡାଇବେଟିସ୍‌ ଆଶଙ୍କା ଦେଖାଦେଇଥାଏ। ତେବେ ସଚେତନ ହୋଇ ସେସବୁଠାରୁ ଦୂରେଇ ରହିଲେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। କିଛି ପିଲା ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଇଥାନ୍ତି। ଏହା ଦ୍ୱାରା ସେମାନଙ୍କଠାରେ ଡାଇବେଟିସ୍‌ ହେବାର ଅଧିକ ଆଶଙ୍କା ରହିଥାଏ। ଅପରପକ୍ଷରେ କେତେକ ପିଲାଙ୍କଠାରେ ଏହା ଜିନ୍‌ଗତ ସମସ୍ୟା ହୋଇଥାଏ। ପିଲାଙ୍କୁ ବାରମ୍ବାର କେତେକ ସଂକ୍ରମଣ ଦ୍ୱାରା ଟାଇପ୍‌-୧ ଡାଇବେଟିସ୍‌ ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ଲଗାତାର ଥଣ୍ଡା ହେଉଥିବା ପିଲାଙ୍କ ରୋଗ ପ୍ରତିରୋଧକ କ୍ଷମତା କମିବାରେ ଲାଗିଥାଏ। ଏହା ଯୋଗୁ ଡାଇବେଟିସ୍‌ ହେବାର ଆଶଙ୍କା ବଢ଼ିଯାଇଥାଏ। କିଛି ପିଲା ସ୍ବଭାବରେ ମାନ୍ଦା ହୋଇଥାନ୍ତି। ଖେଳକୁଦ ପ୍ରତି ତାଙ୍କର ରୁଚି ନ ଥାଏ। ଏପରିସ୍ଥଳେ ସେମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌ ସମସ୍ୟା ଦେକାଦେଇଥାଏ ବୋଲି ଚିକିତ୍ସକ କହିଥାନ୍ତି।