ପାରାଲିସିସ୍‌ର କେତେକ କାରଣ…

ବେଳେବେଳେ କେତେକଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ କିଛି କ୍ଷଣ ପାଇଁ ସ୍ବାଭାବିକ ଭାବେ କାମ କରି ନ ଥାଏ। ଏହାକୁ ଚିକିତ୍ସକମାନେ ଅସ୍ଥାୟୀ ପାରାଲିସିସ୍‌ କହିଥାନ୍ତି। ମସ୍ତିଷ୍କର କିଛି ଅଂଶକୁ ଠିକ୍‌ ଭାବେ ରକ୍ତ ପ୍ରବାହିତ ନ ହେଲେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥାଏ। ସମ୍ପ୍ରତି ଯୁବବର୍ଗଙ୍କ ମଧ୍ୟରେ ମାନସିକ ଚାପ ବଢୁଥିବାର ଦେଖାଯାଉଛି। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଲେ ଅସ୍ଥାୟୀ ପାରାଲିସିସ୍‌ ସମସ୍ୟା ସୃଷ୍ଟି ହୋଇଥାଏ। ସେହିଭଳି ଅତ୍ୟଧିକ ଥଣ୍ଡା, ପରିବେଶର ତାପମାତ୍ରା ବୃଦ୍ଧି, ଅତ୍ୟଧିକ ଭୋକ ଲାଗିଲେ, ମନରେ ଆବେଗ ବୃଦ୍ଧି ପାଇଲେ ମଧ୍ୟ ଅସ୍ଥାୟୀ ପାରାଲିସିସ୍‌ ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଜାରି ରହିଥାଏ। ତେବେ ବେଳେବେଳେ ଏହା ଆପେଆପେ ଭଲ ହୋଇଥାଏ। ମାତ୍ର କେତେକସ୍ଥଳେ ଏଥିପାଇଁ ଚିକିତ୍ସକଙ୍କ ପରାମର୍ଶ ନେବାକୁ ପଡ଼ିଥାଏ। ପ୍ରତିଦିନ ବ୍ୟାୟାମ କରିବା ସହିତ ମନକୁ ଶାନ୍ତ ରଖିବାକୁ ଚେଷ୍ଟା କଲେ ଏହି ସମସ୍ୟା ସୃଷ୍ଟି ହେବାର ଆଶଙ୍କା କମ୍‌ ହୋଇଥାଏ।