ଏସବୁ ରୋଗରୁ ମୁକ୍ତି ଦିଏ ଅଖରୋଟ୍‌

ଅଖ୍‌ରୋଟ୍‌ ମସ୍ତିଷ୍କ ଲାଗି ଉପକାରୀ ହୋଇଥାଏ ବୋଲି ଆପଣ ଜାଣିଥିବେ। ମାତ୍ର ଏହା ଖାଲି ମସ୍ତିଷ୍କ ପାଇଁ ନୁହେଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରୁ ଭିଟାମିନ୍‌ ଫାଇବର୍‌, ପ୍ରୋଟିନ୍‌ ଫସ୍‌ଫରସ୍‌ , ମ୍ୟାଗ୍‌ନେଶିୟମ, ଓମେଗା-୩ ଆଦି ବିଭିନ୍ନ ପୋଷକ ତତ୍ତ୍ୱ ମିଳିଥାଏ। ଏହାକୁ ପ୍ରତିଦିନ ଖାଇଲେ ଅନେକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ସେ ସବୁ କ’ଣ……

– ଏହାକୁ ଖାଇବା ଫଳରେ ସ୍ବାସ୍ଥ୍ୟ ଭଲ ହେବା ସହ ଶରୀରର ଓଜନ୍‌ ଠିକ୍‌ ରହିଥାଏ।

– ଏହା ହୃଦ୍‌ଘାତ ଆଶଙ୍କାରୁ ମୁକ୍ତି ଦେଇଥାଏ। ଏହାକୁ ନିୟମିତ ଖାଇବା ଫଳରେ ହାର୍ଟଆଟାକ୍‌ ହୋଇ ନ ଥାଏ ।

– ଶରୀରରେ ମେଲାଟୋନ୍‌ ନାମକ ହର୍ମୋନ କମ୍‌ ହେଲେ ନିଦ ହୋଇ ନ ଥାଏ। ମାତ୍ର ଅଖ୍‌ରୋଟ୍‌ ଖାଇବା ଫଳରେ ଏହି ହର୍ମୋନ ବଢ଼ି ଥାଏ। ଫଳରେ ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ମିଳିଥାଏ।

– ଅଖ୍‌ରୋଟ୍‌ କ୍ୟାନ୍‌ସର ଆଶଙ୍କାରୁ ମଧ୍ୟ ମୁକ୍ତି ଦେଇଥାଏ।