ଏସବୁ ସମସ୍ୟା ଦୂରକରେ ମୂଳା

ଶୀତଦିନେ ଅଧିକ  ମୂଳା ବଜାରରେ ମିଳିଥାଏ। ତେବେ ନିୟମିତ  ମୂଳା ଖାଇବା ସ୍ବାସ୍ଥ୍ୟ ପାଇଁ  ଉପକାରୀ ହୋଇଥାଏ। ଏଥିରେ ଆୟୋଡିନ୍‌, କ୍ୟାଲସିୟମ ଏବଂ ଆଇରନ ପ୍ରଚୁର ମାତ୍ରାରେ ଥାଏ। ପୌଷ୍ଟିକ ତତ୍ତ୍ୱରେ ଭରପୂର  ମୂଳା କିଡ୍‌ନୀ ପାଇଁ ବି ଉପକାରୀ। ମୂଳା ଖାଇଲେ ପେଟ ସମସ୍ୟା ଦୂର ହୋଇଥାଏ। ଏହା ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରିବାରେ  ସାହାଯ୍ୟ କରେ । ଏଥିସହ ମୂଳା ପାକସ୍ଥଳୀକୁ ମଧ୍ୟ ସୁସ୍ଥ ରଖିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହିଛି, ଯାହା କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଏକ ଉପକାରୀ ପରିବା। ଯେଉଁ ବ୍ୟକ୍ତିଙ୍କର ଲିଭରଜନିତ ସମସ୍ୟା ରହିଛି, ସେମାନେ ନିଜ ଖାଦ୍ୟରେ ମୂଳାକୁ ସାମିଲ କରନ୍ତୁ। ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ମୂଳା ଖୁବ ଉପକାରୀ। ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ଇନ୍‌ସୁଲିନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।