Categories: ଖେଳ

ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ବିକାଶ

ଅମାନ (ଜୋର୍ଡାନ),୧୦।୩- ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ବିକାଶ କ୍ରିଷ୍ଣନ ଏଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ପ୍ରବେଶ କିରଛନ୍ତି। କିନ୍ତୁ ୫୨ କେଜି ଓଜନ ବର୍ଗରେ ଶୀର୍ଷ ର଼୍ୟାଙ୍କ ଅମିତ ପାଙ୍ଘାଲ ଓ ଲଭଲିନା ବର୍ଗୋହେନ (୬୯ କେଜି)ଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। କ୍ରିଷ୍ଣନଙ୍କ ଭଳି ଅମିତ ଓ ପଙ୍ଘାଲ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିସାରିଛନ୍ତି। କାଜାଖସ୍ତାନର ଆବଲାଖାନ ଝୁସୁପୋଭଙ୍କ ବିପକ୍ଷ ସେମିଫାଇନାଲରେ କ୍ରୀଷ୍ଣନଙ୍କୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତାଙ୍କ ଆଖି ଉପରେ ଆଘାତ ମଧ୍ୟ ଲାଗିଛି। ୨୮ ବର୍ଷୀୟ ଭାରତୀୟ କ୍ରୀଷ୍ଣନ ଫାନାଲରେ ଜୋର୍ଡାନର ଇଶେଇ ହୁସେନଙ୍କୁ ଭେଟିବେ।

Share